STORYMIRROR

Hitendra Mohanta

Romance

2  

Hitendra Mohanta

Romance

ଗୋଲାପ ରାଣୀ

ଗୋଲାପ ରାଣୀ

1 min
176

ଗୋଲାପ ରାଣୀର ଗୋଲାପି ଚାହାଣି

   ପ୍ରୀତି ବିଦ୍ଧ କରେ ହୃଦୟ ହାଣି

ଗୋଲାପର କନ୍ୟା ଗୋଲାପି ତୀରରେ

   ଶାମୁକା ସାଉଁଟେ ପ୍ରେମକୁ ଛାଣି

ଛାତିରେ ଖେଳେ ଗୋଲାପି ଓଢଣି..

ଶିହରିତ ମନେ ଗୋଲାପର ସ୍ୱପ୍ନ

   ଆଙ୍କେ ପ୍ରିୟତମା ରାଜଦୁଲାଣୀ

ଫଗୁଣର ଫଗୁ ମାଖି ଫାଲଗୁନି

   ପ୍ରଣୟ ବର୍ଷାର ସାଜେ ଶ୍ର‍ାବଣୀ

ସ୍ପନ୍ଦିତ ଓଠରୁ ମଦିରା ଝରାଇ

   ମତୁଆଲା କରେ ମନ ହରିଣୀ

ଅଭିସାରିକା ସେ ମଧୁ ଯାମିନିୀ.

ଚନ୍ଦ୍ରମଲ୍ଲି ହସୁଁ ଫୁଟୁ ପ୍ରୀତି ଫୁଲ

    ମଧୁସଂପର୍କକୁ ଛୁଉଁ ଚାନ୍ଦିନୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance