STORYMIRROR

Hitendra Mohanta

Romance

2  

Hitendra Mohanta

Romance

ଚପଳା ବଧୂ

ଚପଳା ବଧୂ

1 min
119

ଓଠ ଲୁଚେଇକି ନାକ ଢାଙ୍କୁଛ

ଗାଲକୁ ଘୋଡେଇ ହସ ଚାପୁଛ

କରୋନା ପାଇଁକି ମାସ୍କ ଦ୍ୱାହି ଦେଇ

ଆଖିରେ ଚଷମା କଳା ପିନ୍ଧୁଛ ॥

ଭଲ ବାହାନା ଟା ଗୋଟେ ପାଇଛ...

ସବୁ ତ ଢାଙ୍କିଲ ସବୁ ଲୁଚେଇଲ

କପାଳଟା କାହିଁ ଫାଙ୍କା ରଖୁଛ !!!

ଝରିବନି ଯଦି ଓଠରୁ ମଧୁ

ଖେଳିବନି ଗାଲେ ଭାବର ସିନ୍ଧୁ

ହସ ଆଙ୍କିବନି ପ୍ରେମର ବିନ୍ଦୁ

କେମିତି ଫୁଟିବ ପ୍ରୀତିର ଯାଦୁ ॥

ପ୍ରିୟତମା ପରା ପ୍ରଣୟ ବନ୍ଧୁ.....

ଅଭିସାର ସ୍ୱପ୍ନ ଆଖି ନ ଦେଖିଲେ

ସାଜିବ କେମିତି ଚପଳା ବଧୂ !!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance