STORYMIRROR

Sasmita Behera

Romance Others

3  

Sasmita Behera

Romance Others

ସ୍ବପ୍ନ କାକଳି

ସ୍ବପ୍ନ କାକଳି

1 min
232


ମୋ ହୃଦ ଦୀପରେ ଢାଳି ଦିଅ ବାରେ

     ତୁମରି ପ୍ରୀତିର ଘୃତ

ଜଳୁଥିବି ନିତି ତୁମ ପାଇଁ ସାଥୀ

   ଭାବେ ଭାବ ଛନ୍ଦାୟିତ !!


ତୁମ ଆଲିଙ୍ଗନେ ଝରୁଥିବ ମନେ

   କସ୍ତୁରୀ କସ୍ତୁରୀ ବାସ  

ନିଦ ହଜିଯିବ ରାତି ପାହୁଥିବ

    ଅନୁଭବି ତୁମ ସ୍ପର୍ଶ !!


ମଧୁ ଯାମିନୀର ବେଦସ୍ତୋତ୍ର ସମ

   ପବିତ୍ରତା ମନେ ଭରି

ଓଜସ୍ବୀ ତୁମର ଶବ୍ଦ ତାଳେ ତାଳେ 

  ସ୍ମୃତି ଉତ୍ସ ଯାଏ ପୁରି !!


ଅର୍ହତ ପ୍ରହର ପ୍ରସ୍ଫୁଟିତ ମନେ

  କସ୍ତୁରୀର ମଧୁ ବାସ

ଅନ୍ତାକ୍ଷରେ ଥିବା ସ୍ବପ୍ନର କାକଳୀ

  କରେ କାହିଁ ଉପହାସ !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance