STORYMIRROR

Sasmita Behera

Abstract

3  

Sasmita Behera

Abstract

।।ତୁମକୁ ନେଇ... ତୁମରି ପାଇଁ।।

।।ତୁମକୁ ନେଇ... ତୁମରି ପାଇଁ।।

1 min
198

ମୋ ହୃଦେ ସଜଡା  ପ୍ରୀତିର ପାଖୁଡ଼ା 

  ବିଛେଇ ରହିଛି ତୁମକୁ ଚାହିଁ 

ଆସିବ କି ସାଥୀ  ସାଥେ ନେଇ ସ୍ମୃତି

 ସାନ୍ନିଧ୍ୟରେ ଯିବ ରଜନୀ ପାହି


ଏ ଶୁଭ ଲଗନେ  କହିଯାଅ କାନେ

  ରହିଛି ରହିବି ତୁମରି ହୋଇ

ଗଲେ ବାଟ ହୁଡି  ଯିବନାହିଁ ଛାଡି 

 ପ୍ରେମ ପ୍ରଣୟରେ ନେବ କୋଳେଇ


ଭିଜୁ ମୋର ମନ   ନିଶି ପ୍ରତିଦିନ 

 ତୁମ ପ୍ରେମ ରଙ୍ଗେ ଦିଅ ରଙ୍ଗେଇ

ବାହୁ ବନ୍ଧନରେ  ତୋଳିନିଅ ବାରେ

  ମହକୁ ଜୀବନ ତୁମକୁ ପାଇ


ଭରୁ ଏ ବିଶ୍ୱାସ  ମରୁ ମନ ଶୋଷ 

 ତୁମ ସ୍ନିଗ୍ଧ ସ୍ପର୍ଶେ ଦିଅ ଭିଜେଇ

 ନିଶବ୍ଦ ସ୍ପନ୍ଦନ   ମାନ ଅଭିମାନ 

 ପ୍ରୀତି ପ୍ରତୀକ୍ଷାଶ୍ରୁ ଯାଉ ଦୂରେଇ


ଦିଅ ସେଇ ରାତ୍ରି  ଲଭିବି ସ୍ବୀକୃତି 

 ପ୍ରଶ୍ନବାଚୀ ମନୁ ଯାଉ ଉଭେଇ

ମୋ ପ୍ରାରବ୍ଧ ଗଳ୍ପ  ପାଉ ରୂପକଳ୍ପ

 ମିଛ ଦୁନିଆର ବନ୍ଧନ ଡେଇଁ


କର ଏବେ ଶେଷ  ଅପେକ୍ଷାର ଧାସ

  ବିରହର ଜ୍ବାଳା ନିତି ଜାଳଇ

ସିକ୍ତ ଅଭିସାରେ   ଛୁଇଁଯାଅ ଥରେ

  ଅଭୁଲା ରାଗର ରାଗିଣୀ ଗାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract