STORYMIRROR

Sasmita Behera

Romance

4  

Sasmita Behera

Romance

ପ୍ରୀତି ଫୁଲ

ପ୍ରୀତି ଫୁଲ

1 min
335


କମନୀୟ ସେଇ ରୂପ ଅନୁପମ

ପ୍ରମତ୍ତ ହୁଅଇ ପ୍ରାଣ 

ଛମ୍ ଛମ୍ ନାଚି ଶ୍ରାବଣରେ ଭିଜେ

ପ୍ରେମ ଦିଏ ଆମନ୍ତ୍ରଣ।।


ସୁକୁମାରୀ ଫୁଲ ମନେ ଶିହରଣ

ହୃଦେ ଜଳେ ପ୍ରେମ ନିଆଁ

ମେଘମହ୍ଲାର ଓଢଣୀ ଫାଙ୍କରୁ 

ଚାହିଁ ରହିଅଛି ପ୍ରିୟା।।


ଅଧରରୁ ଝରେ ଖୁସିର ମୁକୁତା

ଅଙ୍ଗରୁ କସ୍ତୁରୀ ବାସ

ଉତ୍ସର୍ଗୀତ ସିଏ ପ୍ରାଣପ୍ରୀୟ ପାଇଁ

ଆବେଗେ ଚୁମ୍ବକୀ ସ୍ପର୍ଶ।।


ମଧୁ ମଧୁ ଗନ୍ଧ ମଳୟରେ ବୋହେ

ପ୍ରଣୟେ ପୀୟୁଷ ଧାରା

କୃଷ୍ଣ କବରୀରେ ମଲ୍ଲୀର ଗଜରା 

ନବ ପଲ୍ଲବରେ ଭରା।।


ଲାଜୁକି ନାୟିକା କାମୁକି ନୟନେ

ଅଶ୍ଵିନର ପ୍ରୀତି ଫୁଲ  

ଗୋପନୀୟ ସେଇ ମୁହୂର୍ତ୍ତ ସବୁ ହିଁ 

ପ୍ରୀୟାର ଅମୂଲ ମୂଲ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance