ପ୍ରେମ ପାଉଣା
ପ୍ରେମ ପାଉଣା
ମୋ ପ୍ରୀତି ଫୁଲର ପାଉଣା ଯେ ଥିଲା
କୋଟିଏ ବିରହ ଜ୍ବାଳା
ନୀରବରେ ବାଟ ବଦଳାଇ ଦେଲ
ନିଃସଙ୍ଗତାର ଏ ମେଳା !
ରାତିର ସପନ ଖୋଜୁଅଛି ଯେବେ
ତୁମ ବିଶ୍ବାସର ଛୁଆଁ
ତୁମ ଦିଆ ସ୍ମୃତି ଗୁମୁରି କାନ୍ଦନ୍ତି
ତୁଣ୍ଡେ ନେଇ ତୁମ ନାଆଁ !
ପାଦେ ଆଡେଇବା ସହଜ ତ ଥିଲା
ଭାବିନେଲ ମୁଁ ପଥର
ପାଷାଣ ଭିତରେ ପାରିଲନି ଦେଖି
କୋମଳ ହୃଦୟ ମୋର !
ସେ ହୃଦେ ଆଘାତ ଦେଇଗଲ ଏତେ
ସବୁ ହୋଇଲା ନିଃଶେଷ
ମୋ ପ୍ରେମ ପରିଧି ପାରିଲନି ଆଙ୍କି
ମନେ ଭରିଥିଲ ବିଷ !
ଦରଫୁଟା ମଲ୍ଲୀ ପଡିବି ଝାଉଁଳି
ଲୋଟିଯିବା ଭାଗ୍ୟେ ଲେଖା
ଲଭିନି ଆଶିଷ ଦେବତାର ଶୀର୍ଷ
ହେବ ଅବା କାହୁଁ ଦେଖା !
ସବୁ ଫୁଲ ଦେବତାଙ୍କ ମଥାରେ ମଣ୍ଡିତ ହେବାର ଇଚ୍ଛା ରଖି ନ ଥାଆନ୍ତି । ଖୁବ୍ ଅଳ୍ପ ସମୟ ପାଇଁ ହେଉ ପଛକେ,କିଛି ଫୁଲ ଅନ୍ୟର ଚଲାପଥକୁ କୋମଳ କରିବା ଆଶାରେ ନିଜକୁ ବିଛେଇ ଦେବାକୁ ହିଁ ନିଜର କର୍ତ୍ତବ୍ୟ ମଣନ୍ତି।
