STORYMIRROR

Sasmita Behera

Romance Tragedy

3  

Sasmita Behera

Romance Tragedy

ମିଛ ପ୍ରତିଶ୍ରୁତି

ମିଛ ପ୍ରତିଶ୍ରୁତି

1 min
207

ହୃଦୟରେ ମୋର ତୋଳି ଦେଲୁ ଘର

ବାଲି ଖେଳ ପ୍ରାୟ ଭାଙ୍ଗିଲୁ ନିଜେ

ପ୍ରତିଶ୍ରୁତି ତୋର ପ୍ରତାରଣା କରେ 

ପାଉଁଶ ତଳର ନିଆଁ ମୁଁ ସାଜେ !!


ତୋ ନୀରିହ ହସ ଭାଙ୍ଗିଲା ବିଶ୍ୱାସ 

ଲୁହ ସାଗରରେ ବୁଡାଇ ମୋତେ

ସୁଖରେ ଜୁଆରେ ଭାଙ୍ଗୁ ତୁ ଲହଡ଼ି 

କଲା କର୍ମ ଶାସ୍ତି ଦେଉଛୁ ସତେ !!


ମୃଦୁ ତୋଚାହାଣୀ ପୁଣ୍ୟଶ୍ଳୋକ ବାଣୀ

ତୃପ୍ତ କରୁଥିଲା ହୃଦୟ ଦିନେ 

କୋଟିଏ ବିରହ ଦେଇ ଉପହାର 

ଅଭିଶପ୍ତ ଜ୍ବାଳା ଦେଲୁ ଗୋପନେ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance