STORYMIRROR

Basanti Pattnaik

Romance

4  

Basanti Pattnaik

Romance

ଅଭୁଲା ସେ ମୂହୁର୍ତ୍ତ କିଛି

ଅଭୁଲା ସେ ମୂହୁର୍ତ୍ତ କିଛି

1 min
344


    ସମୟ ଯାଉଛି ବିତି

           ଅଛି ଖାଲି ଆମର ସ୍ମୃତି  ‌‌‌‌‌

   ସମୟ କୁ ଯାବୁଡି ଧରୁଛି

           ଯାଉଛି ଖାଲି ହାତରୁ ଖସି

   ଆଜି କାହିଁ ବେଶି 

            ମନେ ପଡୁଛି

   ମନ ର ପେଡ଼ି କୁ

            ଖୋଲି ବସିଛି

  ସାଗର ତୀରରେ ଆମେ

            ଚାଲୁଥିଲା ବେଳେ

  କୋହଲା ପବନରେ 

             କାନିଟି ଉଡୁଥିଲା ବେଳେ

 ତୁମ ମୁହଁ ରେ କେଶ ମୋର

         ବାଜୁଥିଲା ବେଳେ

 ମୁହଁ ରେ ଥିଲା ମାଦକ

        ଭରା ଚାହାଣି

  ମୁଁ  ଆତ୍ମହରା ହୋଇ

        କୂଳରେ ବସି ଗଲି

  ତୁମକୁ ଟାଣି ଆଈମା ପରି

        କାହାଣୀ ଗପୁଥିଲି

  ମୋ ଖୁସିରେ 

        ତୁମେ ଖୁସି ହେଉଥିଲ

   ଅନିଚ୍ଛା ସତ୍ତ୍ବେ

        ମୋ ଗପକୁ ଶୁଣୁଥିଲ

  ବାଲିରେ ବସି 

       ଚା ର ମଜା ନେଉଥିଲେ

  ଗପସପ ଭିତରେ

       ସମୟ ଭୁଲି ଯାଉଥିଲେ

  ଏକାଠି ହୋଇ

      ସ୍ବପ୍ନ ର ମହଲ ଗଢିଥିଲେ

  ସ୍ବପ୍ନ କୁ ସାକାର ପାଇଁ

       ବହୁ ସଂଘର୍ଷ କରିଥିଲେ

 ମୋ ମୁହଁ ରେ ଖୁସି ଦେଖି

       ତୁମେ ହେଉଥିଲ ଖୁସି

 ତୁମ ଖୁସି ପାଇଁ

        ଦୁଃଖ କୁ ଦେଉଥିଲି ଚାପି

  ଆମ ପ୍ରେମ ଆମର

         ଗହଣା ଥିଲା

  ଏହାକୁ ସାଇତି ରଖି

          ଆଜି ଜଗିଛି ପରା

  ବିଧିର ନିୟମ 

         ସବୁ ଯିବା ପରା

 କିଏ ଆଗ ପଛ କିଏ 

         କିପାଇଁ ଦୁଃଖ ଭଲା

  ମଣିଷ ଜୀବନ 

        ଏକ ନାଟକ ପରା

  ଅଭିନୟ ସାରି

       

   ବାହୁଡି ବା ଭଲା

  ଅଭୁଲା ମୂହୁର୍ତ୍ତ କୁ

         ରଖିଛି ସାଇତି

  ମନରେ ପେଡ଼ିକୁ

       ଖୋଲି ଦେଉଛି ଆଉଁସି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance