ଅଭୁଲା ସେ ମୂହୁର୍ତ୍ତ କିଛି
ଅଭୁଲା ସେ ମୂହୁର୍ତ୍ତ କିଛି
ସମୟ ଯାଉଛି ବିତି
ଅଛି ଖାଲି ଆମର ସ୍ମୃତି
ସମୟ କୁ ଯାବୁଡି ଧରୁଛି
ଯାଉଛି ଖାଲି ହାତରୁ ଖସି
ଆଜି କାହିଁ ବେଶି
ମନେ ପଡୁଛି
ମନ ର ପେଡ଼ି କୁ
ଖୋଲି ବସିଛି
ସାଗର ତୀରରେ ଆମେ
ଚାଲୁଥିଲା ବେଳେ
କୋହଲା ପବନରେ
କାନିଟି ଉଡୁଥିଲା ବେଳେ
ତୁମ ମୁହଁ ରେ କେଶ ମୋର
ବାଜୁଥିଲା ବେଳେ
ମୁହଁ ରେ ଥିଲା ମାଦକ
ଭରା ଚାହାଣି
ମୁଁ ଆତ୍ମହରା ହୋଇ
କୂଳରେ ବସି ଗଲି
ତୁମକୁ ଟାଣି ଆଈମା ପରି
କାହାଣୀ ଗପୁଥିଲି
ମୋ ଖୁସିରେ
ତୁମେ ଖୁସି ହେଉଥିଲ
ଅନିଚ୍ଛା ସତ୍ତ୍ବେ
ମୋ ଗପକୁ ଶୁଣୁଥିଲ
ବାଲିରେ ବସି
ଚା ର ମଜା ନେଉଥିଲେ
ଗପସପ ଭିତରେ
ସମୟ ଭୁଲି ଯାଉଥିଲେ
ଏକାଠି ହୋଇ
ସ୍ବପ୍ନ ର ମହଲ ଗଢିଥିଲେ
ସ୍ବପ୍ନ କୁ ସାକାର ପାଇଁ
ବହୁ ସଂଘର୍ଷ କରିଥିଲେ
ମୋ ମୁହଁ ରେ ଖୁସି ଦେଖି
ତୁମେ ହେଉଥିଲ ଖୁସି
ତୁମ ଖୁସି ପାଇଁ
ଦୁଃଖ କୁ ଦେଉଥିଲି ଚାପି
ଆମ ପ୍ରେମ ଆମର
ଗହଣା ଥିଲା
ଏହାକୁ ସାଇତି ରଖି
ଆଜି ଜଗିଛି ପରା
ବିଧିର ନିୟମ
ସବୁ ଯିବା ପରା
କିଏ ଆଗ ପଛ କିଏ
କିପାଇଁ ଦୁଃଖ ଭଲା
ମଣିଷ ଜୀବନ
ଏକ ନାଟକ ପରା
ଅଭିନୟ ସାରି
ବାହୁଡି ବା ଭଲା
ଅଭୁଲା ମୂହୁର୍ତ୍ତ କୁ
ରଖିଛି ସାଇତି
ମନରେ ପେଡ଼ିକୁ
ଖୋଲି ଦେଉଛି ଆଉଁସି।