Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance

4  

Bharatabandhu Biswal

Romance

ଅଭୁଲା ସେହି ମୂହୁର୍ତ୍ତ କିଛି

ଅଭୁଲା ସେହି ମୂହୁର୍ତ୍ତ କିଛି

1 min
349



ଅଭୁଲା ସେହି    ମୂହୁର୍ତ୍ତ କିଛି

    ରହିଛି ଉଜ୍ଜିବୀତ

ବାରକୁ ବାର    ପଡଇ ମନେ

     କରଇ ପୁଲକିତ ।

ଆଖି ପାଏନା    ସବୁଜ କ୍ଷେତ

    ପାଟ ମଝିରେ ଗାଆଁ

ନିବାସ ତୁମ    ପ୍ରବେଶି ଥିଲି

    ଶୁଣି ତୁମରି ନାଆଁ ।

ହୋଇଲି ଖୁସି   ତୁମକୁ ଦେଖି

     ପାଇ ଅତିଥି ଚର୍ଚ୍ଚା

ସଜ ହୋଇକି   ଆସିଲ ତୁମେ

     କରିଲ କଥାବାର୍ତ୍ତା ।

ଶୁଭିଲା କିଛି    ଦିଶିଲା ନାହିଁ

     ହସିଲା ତୁମ ମୁହଁ

ତେଜାଇ ଦେଲ   ଲଣ୍ଠନ ଜାଳି

     ଯାଚିଲ ଖିଲିପାନ ।

କହିଲ ଖୋଲି   ଜାଣିଛ ତୁମେ

      ଘରକରଣା କାମ

ମିଳିମିଶିକି    ପାରିବ ଚଳି

     ପାଳି ଗୃହିଣୀ ଧର୍ମ ।

ଭରସା ହେଲା   କଥାରେ ତୁମ

     ଧରିଲି ତୁମ ହାତ

ଜୀବନ ସାଥୀ   ହୋଇଲ ତୁମେ

     ପରାଣ ପ୍ରିୟା ମିତ ।

ଭୁଲି ହୁଏନି     ସେଦିନ ସ୍ମୃତି

     ମାନସୀ ସୁନୟନା

ରହୁ ସବୁଜ    ଆମରି ପ୍ରେମ

    ତୁମେ ମୋ ସୁଖସୀମା ।

ସହଧର୍ମିଣୀ    ମୋ ପ୍ରିୟତମା

    ତୁମେ ଗୋ ଅନୁପମା

ଚାଲିବା ଆମେ   ଏକାଠି ହୋଇ

    ହାତରେ ହାତ ଛନ୍ଦା ।।

         


Rate this content
Log in

Similar oriya poem from Romance