କୁହ ପ୍ରିୟା ତୁମେ କୁହ
କୁହ ପ୍ରିୟା ତୁମେ କୁହ
କୁହ ପ୍ରିୟା ତୁମେ କୁହ
କେତେ ମୁଁ ଲେଖିବି ପ୍ରେମର କବିତା
ଭାବିବି ତୁମକୁ କେତେ
ଭୁଲିବି ଭାବିଲେ ପାରୁନାହିଁ ଭୁଲି
ମନେ ଯେ ପଡୁଛ ସେତେ |
କୁହ ପ୍ରିୟା ତୁମେ କୁହ
କେତେ ମୁଁ ଜଳିବି ବିରହ ନିଆଁରେ
ତୁମରି ପ୍ରେମ ଆଶାରେ
ତୁମେ ତ ଭୁଲିଲ ଅକୁହା ପୀରତି
ଆଉ କାହା ପ୍ରେମ ନିଶାରେ |
କୁହ ପ୍ରିୟା ତୁମେ କୁହ
କେତେ ମୁଁ ସହିବି ପ୍ରେମର ଯନ୍ତ୍ରଣା
ବୁହାଇବି କେତେ ଲୁହ
ଆଜି ବି ବଞ୍ଚିଛି ଏକାକୀ ମୁଁ ଭରି
ଛାତିରେ ଛାତିଏ କୋହ |
କୁହ ପ୍ରିୟା ତୁମେ କୁହ
କେମିତି ହୋଇଲ ସ୍ୱାର୍ଥପର ତୁମେ
ବୁଝିଲନି ପ୍ରେମ ମୋର
କି କମି ରହିଲା ଭଲପାଇବାରେ
କରିଦେଇଗଲ ଦୂର |
କୁହ ପ୍ରିୟା ତୁମେ କୁହ
ଦେଇନଥିଲି କି ଖୁସିର ସାଗର
ଜୀବନର ଚଲା ବାଟେ
ମଝି ଦରିଆରେ ଦେଲ ନାହିଁ ପାଦ
ଛାଡ଼ିଗଲ ମତେ ତଟେ |
କୁହ ପ୍ରିୟା ତୁମେ କୁହ
ପାରିଜାତ ଫୁଲ ଆକାଶର ଚାନ୍ଦ
ମୋ ହାତେ ନ ଥାଇ ପାରେ
ଆସୁ ଯେତେ ଝଡ଼ ବୈଶାଖୀ ମେଘ
ହସ ଦେବି ତୋ ଅଧରେ |
କୁହ ପ୍ରିୟା ତୁମେ କୁହ
ଏ ପ୍ରେମ ଶବ୍ଦ ମୋ ଜୀବନ ପଥେ
ଆସିବା କି ହେଲା ଭୁଲ
ତୁମ ମନ ଵିଜ୍ଞାପନ ନ ପଢ଼ି ମୁଁ
ପାଇଲି ତୁମକୁ ଭଲ |
କୁହ ପ୍ରିୟା ତୁମେ କୁହ
ଅଜଣା କି ମତେ ପ୍ରେମର ଜ୍ୟାମିତି
ଯୋଗ ଓ ବିଯୋଗ ରୀତି
ତୁମ ପାଇଁ ଦିନେଚିଠି ଲେଖୁ ଲେଖୁ
ପାହିଯାଉଥିଲା ରାତି |
କୁହ ପ୍ରିୟା ତୁମେ କୁହ
ମତେ ଦେବା ଏହି ଯନ୍ତ୍ରଣା ସବୁ
ତୁମକୁ କିଏ ଦିଏ ଯଦି
ହୃଦୟରୁ କୁହ ସହ୍ୟ କରନ୍ତା କି
ତୁମର କୋମଳ ଛାତି |