ସପନ
ସପନ
ଅୟୁତ ସପନ
ଦେଖାଇ ଫଗୁଣ
ଦେଇଗଲା ଲୁହ ଧାର ।
ଶ୍ରାବଣ ରେ ଭିଜେ
ମୋ କାନି ପଣତ
ସଜଳ ସିକ୍ତଏ ଶରୀର ।
ଦେହ ସାରା ମୋର
ବୈଶାଖୀ ର କ୍ଷତ
ଜଳାଏ ସ୍ମୃତି ରାଶି ।
ବସନ୍ତ ମଳୟ
ଲିଭାଇ ପାରେନା
ସ୍ବପ୍ନ ସବୁ ମୋର ବାସି ।
ଏଇଯେ ଆକାଶ
ବିଶାଳ ତା ଛାତି
ଲାଗେ ଭାରି କଣ୍ଟକିତ ।
ଜୋଛନା ଆଳରେ
ଉଆଁସୀ ରାତିଟା
ହେଇଗଲା ମୋର ମିତ ।
ମାଟି ସିନା ଭିଜେ
ଶ୍ରାବଣ ପରଶେ
ନଦୀ ହୁଏ ପୂର୍ଣ୍ଣଗର୍ଭା ।
ଦର ପୋଡା ମନେ
ବସନ୍ତ କି ଛୁଁଏ
ଉଛୁଳେ ଅଗ୍ନିର ଲାର୍ଭା ।
ଫଗୁଣ କି କେବେ
ସହିଛି ନିଦାଘ
ତାତିଭରା ଖରଶ୍ୱାସ ।
ପ୍ରତାରଣା ଛଳେ
ଛଳନା ଵଉଦେ
ପ୍ରୀତି ଭିଜା ବାରମାସ ।