Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Inspirational Others

4  

Bharatabandhu Biswal

Romance Inspirational Others

ପ୍ରେମ ନୁହେଁ ପାପ

ପ୍ରେମ ନୁହେଁ ପାପ

1 min
224



ଅଢେଇ ଅକ୍ଷର   ଶବଦ ମାତର

   ପ୍ରେମ ନୁହେଁ ଖେଳଘର

ନିତ୍ୟ ଚିରନ୍ତନ   ସବୁଜ ସୁନ୍ଦର

    ଅମୃତ ପ୍ରେମ ମଧୁର ।


ପ୍ରେମ ହିଁ ଜୀବନ  ଉଲ୍ଲାସ ଆନନ୍ଦ

    ସୃଜନର ମୂଳମନ୍ତ୍ର

ପ୍ରେମ ସୁବିଶ୍ୱାସ  ଭକ୍ତି ସେବା ନିଷ୍ଠା

    ସମର୍ପଣ ଆତ୍ମୋତ୍ସର୍ଗ ।


ଉତ୍କର୍ଷ ସାଧନ  ଷୋଳକଳା ପ୍ରେମ

    ସୁଧାସିକ୍ତ ଭାବ ପ୍ରେମ

ସ୍ୱର୍ଗୀୟ ସୁଷମା  ସୁଗୁଣ ସୈ।ନ୍ଦର୍ଯ୍ୟ

     ପ୍ରେମରସ ଅନୁପମ ।


ପ୍ରେମ ପରାକାଷ୍ଠା   ଜ୍ଞାନ ଧର୍ମ ତପ

     ପ୍ରେମ ଛାୟା ସୁଶୀତଳ

ପ୍ରେମ ପୂର୍ଣ୍ଣକାମ   ସାର୍ଥକ ଜୀବନ

     ପ୍ରାପ୍ତି ଚଉବର୍ଗ ଫଳ ।


ସ୍ନେହ ଅନୁରାଗ   ମମତା ମଧୁର

      ପବିତ୍ର ବନ୍ଧନ ପ୍ରେମ

ଯାର ପ୍ରାପ୍ତି ଲାଗି  ଧରାପୃଷ୍ଠେ ଦେବ

      ବାରବାର ନିଏ ଜନ୍ମ ।


ଅନ୍ଧ ଅହଙ୍କାର   ଦୈହିକ ସମ୍ବନ୍ଧ

      ସମ୍ଭୋଗର ଅଭିଳାଷ

ପ୍ରେମ ନୁହେଁ ପାପ   କର୍ମ ଅନୁଚିତ

      ବୁଝେନି ମୁର୍ଖ ମଣିଷ ।

          


Rate this content
Log in

Similar oriya poem from Romance