STORYMIRROR

Gangotri Priyadarshini

Romance

3  

Gangotri Priyadarshini

Romance

ଗୋଲାପ

ଗୋଲାପ

1 min
193


ପ୍ରେମୀ ଅନ୍ତରଙ୍ଗତାର ଗୋଲାପି ଭାଵନା ତୁ

ମୁକସାକ୍ଷୀ ପ୍ରଣୟର ସୁନ୍ଦରୀ ଗୋଲାପ ତୁ !!


ତୋ ଫୁଲରୁ ରସ ବାସ ହରିନିଏ ଭଅଁର

ତଥାପି ଗୋଲାପ ତୁ ପ୍ରିୟ ପ୍ରତି ହୃଦୟର !!


କେବେ ଶୋଭା ପାଉ ତୁ ପ୍ରଭୁ ପୟରରେ

କେବେ ଶୋଭା ପୁଣି ପ୍ରେମିକା ଗଭାରେ !!


ନାନା ରଙ୍ଗେ ଅପରୂପା ସୁନ୍ଦରୀ ଗୋଲାପ

ପ୍ରେମିକ କରେ ତୋ ପାଇଁ ଭାବରେ ଆଳାପ !!


ପ୍ରତି ପୁଷ୍ପ ଗହଣରେ ବଢ଼ଇ ତୋ ଶୋଭା

କେତେ ପ୍ରାଣ ସ୍ୱପ୍ନରେ ସତେ କି ମନଲୋଭା !!


ତୋର ପ୍ରାପ୍ତି ପାଇଁ କୋମଳ କଣ୍ଟା ଆଘାତ

ଦରଦୀ ହୃଦୟ ତୋ ବିହୁନେ ହୁଏ ଆହତ !!


ତୋର ସୃଷ୍ଟି ପ୍ରକୃତିରେ ଅତୀବ ଦୁର୍ଲ୍ଲଭ

କୋମଳ ପରଶ ଜାଗେ ମଧୁର ସ୍ଵଭାବ !!







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance