STORYMIRROR

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା ଆଳାପ-13 (ଦ୍ଵିତୀୟ ସପ୍ତାହ) ଗୀତି କବିତା- ନଈ-ତଟିନୀ

କବିତା ଆଳାପ-13 (ଦ୍ଵିତୀୟ ସପ୍ତାହ) ଗୀତି କବିତା- ନଈ-ତଟିନୀ

1 min
252


କହ ଲୋ ତଟିନୀ ସାଗର ବୁକୁରେ ଅଜାଡ଼ି ଦେଇ ତୋ ତନୁ,

କି'ବା ସୁଖ ପାଉ ଛାଡ଼ି ନିଜଗୁଣ ପଛକଥା ଭୁଲି ମନୁ | |(ଘୋଷା)


କହ ସୂର୍ଯ୍ୟମୁଖୀ ହେଉ ସତେ ସୁଖୀ ସବିତାକୁ ଚାହିଁ ଚାହିଁ,

ଆକାଶେ ଦେଖିଲେ ଜହ୍ନର ଜ୍ୟୋଚ୍ଛନା ଛେଇଁ ଉଠୁ କିଆଁ କଇଁ ?


କାହିଁକି ଗୋଲାପ କଳା ଭଅଁରକୁ ମଧୁଦେଉ ଜାଣୁଜାଣୁ,

କହ ଲୋ ତଟିନୀ ସାଗର ବୁକୁରେ ଅଜାଡ଼ି ଦେଇ ତୋ ତନୁ,

କି'ବା ସୁଖ ପାଉ ଛାଡ଼ି ନିଜଗୁଣ ପଛକଥା ଭୁଲି ମନୁ | ((1)


କହ ତ ବରଷା ବାଦଲ ସାଥିରେ ଭାସି ଭାସି ଆକାଶରେ,

ନାଚି ନାଚି ପୁଣି ଓହ୍ଲାଇ ଆସୁ ତୁ ପାଇଲୁ କି ସୁଖବାରେ ?


ତୁମରି ପରି ମୁଁ ନିଜ ଟାଣ-ପଣ ହରାଇଛି କେଉଁଦିନୁ,  

କହ ଲୋ ତଟିନୀ ସାଗର ବୁକୁରେ ଅଜାଡ଼ି ଦେଇ ତୋ ତନୁ,

କି'ବା ସୁଖ ପାଉ ଛାଡ଼ି ନିଜଗୁଣ ପଛକଥା ଭୁଲି ମନୁ |((2)



Rate this content
Log in

Similar oriya poem from Romance