ଜହ୍ନରାତି
ଜହ୍ନରାତି
ଛନଛନିଆ ଜହ୍ନରାତି ମଧୁଭରା ପ୍ରୀତି
ତମେ ଆଉ ମୁଁ ବୁଲୁଥିବା ପାଖାପାଖି
ଯେମିତି କେହି ନ ପାରିବେ ଦେଖି ।
ପାଗଳ ମନ ମୋର ଗାଉଥିବ ଗୀତ
ସ୍ୱପ୍ନଭରା ନିର୍ଜୀବ ଚୁମ୍ବନ ସହ
ଜହ୍ନ କହିବ ଆମକୁ ଟିକେ ରୁହ।
ତୁମେ ସାଗରର ଢେଉ ଭାଙ୍ଗୁଥିବ
ଚୋରା ପୀରତିରେ ତୁମକୁ ଦେଖୁଥିବି
ଆଉ ଏ ଦୁନିଆକୁ ଭୁଲିଯିବି।
ତମ ହୃଦୟରେ ଲୁଚିଯିବି
ତମ ସହ ଖେଳୁ ଖେଳୁ
ଶୋଇଯିବା ବାଲୁକାଶଯ୍ୟାରେ କେତେବେଳୁ ।
ସ୍ୱପ୍ନ ଦେଖୁଥିଲି ବୋଧହୁଏ
ଏ କି ମୋର ଅନୁଭୂତି
ତମେ ଯେ ନଥିଲ ମୋ ସହ
ଥିଲା ଖାଲି ଏ ଜହ୍ନରାତି।

