STORYMIRROR

Anuradha Nath

Romance Tragedy

4  

Anuradha Nath

Romance Tragedy

ତମେ କୁହ

ତମେ କୁହ

1 min
375

ତମେ କୁହ ତମ ହୃଦୟରେ

   ମୋ ଉପସ୍ଥିତି ବିସ୍ତାର କରିବି,

ନା ତମ ଜୀବନରୁ ମୁଁ 

   କିଛି କ୍ଷଣ ପାଇଁ ନିସ୍ତାର ହେବି ...l


ତମେ କୁହ କଢ଼ଟିଏ ହୋଇ 

     ତମ ହୃଦୟ କୁ ଜାବୁଡି ଧରିଵି ,

ନା ଫୁଲପରି ସୁଗନ୍ଧତା ଦେଇ

       ତମ କୋଳେ ମଉଳି ଯିବି ।


ତମେ କୁହ ଜହ୍ନ ସାଜି ତମକୁ 

      ଝରକା ଆଢ଼ୁଆଳରେ ଦେଖୁଥିବି ,

ନା ତମ ହତାଦାର ସହ୍ୟ ନ ନକରି

      ତାରା ମାନଙ୍କ ଭିତରେ ମିଶିଯିଵି ।


ତମେ କୁହ ଅତୀତର ପ୍ରିତୀକୁ ମନେ ପକାଇ

     ତମେ ଫେରିବ ଭାବି ଅପେକ୍ଷା କରିବି ,

ନା ଛଳନା ଆଉ ପ୍ରତାରଣାର ହିସାଵ କରି 

     ତୁମଠାରୁ ନିଜକୁ ମୁଁ ଦୁରେଇ ନେବି ।


ତମେ କୁହ ବାଲୁକା ଶଯ୍ୟାରେ

   ଢେଉକୁ ଚାଦର କରି ଶୋଇ ଯିବି ..

ନା ତମେ ଏ ଜୀବନରେ ଗୋଟେ ଭ୍ରମ ଥିଲ

  ଏହା ଭାବି ସଵୁ ଯନ୍ତ୍ରଣା କୁ ଭୁଲିଯିବି ।



Rate this content
Log in

Similar oriya poem from Romance