STORYMIRROR

Anuradha Nath

Romance

3  

Anuradha Nath

Romance

ଭାଵେ ଏକାନ୍ତରେ

ଭାଵେ ଏକାନ୍ତରେ

1 min
308

ଏକାନ୍ତରେ ଭାବେ ଅନେକ କିଛି 

      ଯାହା ସତ ହୁଏନା 

କେତେବେଳେ କିଛି ସ୍ୱପ୍ନ 

      ତ କେତେବେଳେ କିଛି ଵାହାନା।


ଫୁଲପରି ଫୁଟିବାକୁ ଚାହେଁ 

      କିନ୍ତୁ ଫୁଟି ପାରେନା। 

ସ୍ୱପ୍ନ ସହ ଭେଟିବାକୁ ଚାହେଁ 

      ଆଉ ସେ ଦେଖା ଦିଏନା।


ଉଡିବାକୁ ଚାହେଁ ଗଗନରେ 

     କିନ୍ତୁ ପର ମିଳେନା  

ପକ୍ଷୀକୁ ଡାକେ ହାତ ଠାରି

    ହେଲେ ସେ ଆସେନା।


ଲୁହ ମୋର ଅମାନିଆ 

    ଵାଡଵନ୍ଧ ମାନେନା ।

ବହିଗଲେ ଵହୁଥାଏ

     ସାଜି ଗଙ୍ଗା ଯମୁନା।


ଅନ୍ୟର ଆକ୍ଷେପକୁ

    କାହିଁ ସହିହୁଏନା 

ରେ ସପନ ନାୟକ 

   ଶୁଣିଯାଆ ମୋ ଵେଦନା।


ଚାହିଁ ବସେ ସମୁଦ୍ରକୁ

    ଲହରୀକୁ ଭାଙ୍ଗେନା

ଲହରୀ ପାଖକୁ ଡାକେ

    ହେଲେ ମୁଁ ଯାଏନା।


ମନକଥା ମନରେ

    କେଵେ ରଖି ପାରେନା

କାଳେ କିଏ କହିପାରେ

   ସେକଥା ମୁଁ ଵୁଝେନା। 


ଦୃଷ୍ଟିହୀନ ନାଟକରେ

   ଅଭିନୟ କରୁଥିଲି 

ମିଛମାୟା ଦୁନିଆକୁ 

   ଦେଖି ମୁଁ ହାରିଗଲି।


ଏ କି ଆକର୍ଷଣ ସମ୍ପର୍କରେ 

   ଯାହା ଚାରିଦିନ ପାଇଁ। 

ତଥାପି ଅହଂକାର ପାଳେ ଏ ମଣିଷ 

   ମୃତ୍ୟୁର ପୃଷ୍ଠା ଓଲଟାଇ।


ବାସ୍ତବକୁ ଭୟଲାଗେ 

   ସ୍ୱପ୍ନରେ ରହି ରହି

କାନ୍ଦିବେ କିଛି ପରିଜନ

   ମୋ କୋକେଇ କାନ୍ଧେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance