STORYMIRROR

Anuradha Nath

Romance Tragedy

3  

Anuradha Nath

Romance Tragedy

ପ୍ରେମର କୁହୁକ

ପ୍ରେମର କୁହୁକ

1 min
147

ଏମିତି ଭାଵନାରେ ହଜିଵାର ଥିଲା

ସ୍ମୃତିର ବର୍ଷାରେ ଭିଜିଵାର ଥିଲା।

ତମ ହୃଦୟ ଜିଣିବା

            ଏତେ କଷ୍ଟ ତ ନଥିଲା,

ଟିକିଏ ଅପେକ୍ଷା କରିବାର ଥିଲା ।

ଅତୀତ ଛିଟାରେ ନିଜକୁ   

                   ଧୋଇବାକୁ ଇଚ୍ଛା

ତମ ପ୍ରେମର ଵର୍ଣ୍ଣମାଳାରେ

               ପୁଣି ଲୁଚିବାକୁ ଇଛା

ଆଜିଵି ଟାଣେ ତମ ହୃଦୟର

            ବଂଶୀ ସ୍ୱର ମତେ

ଋକ୍ମିଣୀ ନହେଲେ ନାହିଂ

     ଆଉଥରେ ରାଧା ହେଵାର ଇଛା

ସକାଳ କୁହୁଡ଼ିରେ  ତମ ଛଵି ଦିଶେ

ତମକଥା ଭାବି ଲାଜେ ଲାଜେ ହସେ

ଏ ପ୍ରେମର କୁହୁକ ଭାରି ମିଠା ଲାଗେ

ନିଦ ଭାଙ୍ଗି ଯାଏ ଵର୍ତମାନ ଆଗେ

ଵୋଧେ ଏ ପ୍ରେମ ଆଉ ସମ୍ଭଵ ନୁହେ

        ମନ ରୁଷିଯାଏ ଆଉ ଲୁହ ଵୋହିଯାଏ ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance