STORYMIRROR

Saipriya Nayak

Romance

3  

Saipriya Nayak

Romance

ଫଗୁଣ ଓ ତମେ

ଫଗୁଣ ଓ ତମେ

1 min
186


ତମେ କହିଲ ଚାଲ ଯିବା

କିଛି ବାଟ, 

କଥା ହେବା ଅସରନ୍ତି

ଫେରିବା ପକ୍ଷୀଙ୍କ 

ନୀଡ଼ ବାହୁଡା଼ ବେଳେ। 

ମୁଁ ହୁଁ ଟେ ମାରିଲି

ଚାଲିଲି ତୁମସାଥେ

ଝଡ଼ି ପଡ଼ିଥିବା

ପଳାଶର ପାଖୁଡ଼ାରେ

ଥୋଇଲି ପାଦ

ତମେ କହିଲ ଆଃ... 

କି ସୁନ୍ଦର! 

ଭାବିଲି କିଏ ହେଇଥିବ! 


ଚାଲୁ ଚାଲୁ ତମେ କହିଲ

ଚାଲ ଫଗୁଣକୁ ଝୁରିବା।

ମୁଁ କହିଲି ହୁଁ

ମେଞ୍ଚାଏ ମନ୍ଦ ମନ୍ଦ ମଳୟକୁ

ମୋ କାନିରେ ବାନ୍ଧି ଦେଇ

କହିଲ ଏଇଠି ବନ୍ଧା ପଡ଼ିଥା। 


ମୁଁ କହଲି ଚାଲ 

ରଂଗ ଖେଳିବା। 

ତମେ କହିଲ 

ତୁମ ଆଖିର ନୀଳ

ଓଠର ଲାଲିମା

ଦେହର ଗୋଲାପି ରଂଗକୁ

ଫେଣ୍ଟି ମୋତେ ଥରେ 

ଛୁଁଇ ଦିଅ

ମୁଁ ପାଇଯାଏ

ଅଜସ୍ର ଫଗୁଣ। 

ମୁଁ ଖାଲି ତୁମକୁ 

ଦେଖୁଥିଲି

ବାଟ ସରି ଆସୁଥିଲା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance