ଭଲପାଏ ମୁଁ
ଭଲପାଏ ମୁଁ
1 min
126
ଭଲପାଏ ମୁଁ ଶୀତ ସକାଳର
ହୀରକ କାକର ବିନ୍ଦୁ
ଭଲପାଏ ମୁଁ ଲହଡ଼ିର ମାଳ
ଅଥଳ ସମୁଦ୍ର ସିନ୍ଧୁ।
ଭଲପାଏ ମୁଁ ଛୋଟ ପିଲାଟିର
କଅଁଳ ଦରୋଟି କଥା
ଭଲପାଏ ମୁଁ ହସୁଥିବା ମୁହଁ
ହରଇ ଅନେକ ବ୍ୟଥା।
ଭଲପାଏ ମୁଁ ବୈଶାଖ ର ସେଇ
ନରମ କ୍ରୁଷ୍ଣଚୂଡ଼ା
କୁନି କୁନି ଓଠୁ ଝରି ପଡୁଥାଏ
ସତେ ଖୁସିର ପାଖୁଡ଼ା।
ଭଲପାଏ ମୁଁ ଆକାଶ ପିଠି ରେ
ସାତରଂଗୀ ଇନ୍ଦ୍ରଧନୁ।
ଆଖି ପିଛୁଳାକେ ଲିଭିଯାଏ ସତ
ନ ଲିଭଇ କେବେ ମନୁ।
ଭଲପାଏ ମୁଁ ଫୁଲ ପାଖୁଡ଼ା ରେ
ମଗ୍ନ ପ୍ରଜାପତି
ଭଲପାଏ ମୁଁ ହଜିବାକୁ ନିଜେ
ସାଜି ମୁଁ ମଉନାବତୀ।
