STORYMIRROR

Saipriya Nayak

Others

3  

Saipriya Nayak

Others

ଭଲପାଏ ମୁଁ

ଭଲପାଏ ମୁଁ

1 min
120


ଭଲପାଏ ମୁଁ ଶୀତ ସକାଳର

ହୀରକ କାକର ବିନ୍ଦୁ

ଭଲପାଏ ମୁଁ ଲହଡ଼ିର ମାଳ

ଅଥଳ ସମୁଦ୍ର ସିନ୍ଧୁ। 


ଭଲପାଏ ମୁଁ ଛୋଟ ପିଲାଟିର

କଅଁଳ ଦରୋଟି କଥା

ଭଲପାଏ ମୁଁ ହସୁଥିବା ମୁହଁ

ହରଇ ଅନେକ ବ୍ୟଥା।


ଭଲପାଏ ମୁଁ ବୈଶାଖ ର ସେଇ

ନରମ କ୍ରୁଷ୍ଣଚୂଡ଼ା

 କୁନି କୁନି ଓଠୁ ଝରି ପଡୁଥାଏ

ସତେ ଖୁସିର ପାଖୁଡ଼ା।


ଭଲପାଏ ମୁଁ ଆକାଶ ପିଠି ରେ

ସାତରଂଗୀ ଇନ୍ଦ୍ରଧନୁ। 

ଆଖି ପିଛୁଳାକେ ଲିଭିଯାଏ ସତ

ନ ଲିଭଇ କେବେ ମନୁ।


ଭଲପାଏ ମୁଁ ଫୁଲ ପାଖୁଡ଼ା ରେ

ମଗ୍ନ ପ୍ରଜାପତି

ଭଲପାଏ ମୁଁ ହଜିବାକୁ ନିଜେ

ସାଜି ମୁଁ ମଉନାବତୀ।


Rate this content
Log in