ଜୀବନର ଚିତ୍ରଲିପି
ଜୀବନର ଚିତ୍ରଲିପି
ଜୀବନ ବେଳେବେଳେ ଛଳଛଳ
ନଈ ପରି ବହୁଥାଏ
କେବେ ମନ୍ଦିରର ମୁଖଶାଳା ପରି
ପାପକୁ ପୂଣ୍ଯର ତରାଜୁରେ
ତଉଲୁଥାଏ...
ପୁଣି ବାଟ ଖୋଜୁଥିବା ପ୍ରଜାପତି
ପରି ଉଡ଼ୁଥାଏ ଥକିବା ଯାଏଁ।
ଜୀବନ ଫୁର୍ କରି ଉଡ଼ୁଥିବା ଗୁଡ଼ି
ପବନ ସାଙ୍ଗରେ ମିତ ବସେ
ଜହ୍ନ ତାରାଙ୍କ ଲୁଚକାଳି ଦେଖେ
ସବୁଜ ଧାନବିଲ, ଧୂସର ଆକାଶରେ
କିଏ ସେ ହାତ ଠାରି ଡାକେ !
ନାଲି ଓଢ଼ଣା ଉହାଡ଼ରେ
କାହା ମୁହଁ ଝାପ୍ସା ଦିଶେ
ସତେ କି ପଚାରୁଛି
ତମେ କେତେ କାଳ
ସାଥେ ମୋର ?
