STORYMIRROR

Saipriya Nayak

Abstract Others

3  

Saipriya Nayak

Abstract Others

ଜୀବନର ଚିତ୍ରଲିପି

ଜୀବନର ଚିତ୍ରଲିପି

1 min
150


ଜୀବନ ବେଳେବେଳେ ଛଳଛଳ

 ନଈ ପରି ବହୁଥାଏ

କେବେ ମନ୍ଦିରର ମୁଖଶାଳା ପରି

 ପାପକୁ ପୂଣ୍ଯର ତରାଜୁରେ

ତଉଲୁଥାଏ... 

ପୁଣି ବାଟ ଖୋଜୁଥିବା ପ୍ରଜାପତି

ପରି ଉଡ଼ୁଥାଏ ଥକିବା ଯାଏଁ। 

ଜୀବନ ଫୁର୍ କରି ଉଡ଼ୁଥିବା ଗୁଡ଼ି

ପବନ ସାଙ୍ଗରେ ମିତ ବସେ

ଜହ୍ନ ତାରାଙ୍କ ଲୁଚକାଳି ଦେଖେ

ସବୁଜ ଧାନବିଲ, ଧୂସର ଆକାଶରେ

କିଏ ସେ ହାତ ଠାରି ଡାକେ ! 


ନାଲି ଓଢ଼ଣା ଉହାଡ଼ରେ

କାହା ମୁହଁ ଝାପ୍ସା ଦିଶେ

ସତେ କି ପଚାରୁଛି

ତମେ କେତେ କାଳ 

ସାଥେ ମୋର ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract