ଶ୍ରାବଣୀ ମହାନ୍ତି
ଶ୍ରାବଣୀ ମହାନ୍ତି
ଝର୍କା ସେପାଖରେ ଶ୍ରାବଣୀ ମହାନ୍ତି
ନିଜ ବାଲକୋନୀରେ
ଝରିପଡେ଼ ଥପ୍ ଥପ୍ ଜଳବିନ୍ଦୁ
ଓଦାକେଶ ଓଦା ଓଠ
ଧାରେ ସରୁ ହସ..
ଆଃ!! ତମେ ଏମିତି ହସୁଥାନ୍ତ କି
ମୁଁ ଆଙ୍କୁଥାନ୍ତି ମୋନାଲିସାର ତୈଳଚିତ୍ର
ଝର୍କା ଏ ପାଖରୁ
ଖୁବ୍ ସନ୍ତର୍ପଣରେ
ତମେ ନ ଦେଖିଲା ଭଳି
ଯଦି ପୁଣି ଦିନେ ଅଚାନକ ଭେଟିଦେବି
ତମର ପ୍ରତିବିମ୍ବ
ତମକୁ ତମର ଜନ୍ମଦିନରେ
କେମିତି ହୁଅନ୍ତା କହିଲ!!!

