Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baman Chandra Dixit

Romance

4  

Baman Chandra Dixit

Romance

ସ୍ୱପ୍ନର ମହଲ

ସ୍ୱପ୍ନର ମହଲ

1 min
246


ସ୍ୱପ୍ନର ମହଲ ଏକ ବନେଇଥିଲି

ନିଦକୁ ଭୁଲେଇ ଅନେଇଥିଲି ।


ତୁମେ ଆସୁଥିଲ ଶେଷ ପହରକୁ

ତୁମ ନିରବ ଚାଲିକୁ କାନେଇଥିଲି ।


ତୁମେ ଆସୁ ଆସୁ ଫେରି ଯାଅ ଯେବେ

ମୁହଁ ଘୋଡେଇ ନିଦକୁ ଅନେଇଥିଲି ।


ତୁମ କମ୍ପିତ ଅଧର ଅଧା ଖୋଲା

କିଛି କହିବ ଭାବି ମୁଁ କାନେଇ ଥିଲି ।


ତୁମ ଲାଜ ଟି ବି ବଡ଼ ଅଲାଜୁକୀ

ଅସଜଡ଼ା ସରମକୁ ଅନେଇଥିଲି ।


ଖସି ଯାଉଥିଲା ଅଙ୍ଗୁ ବାସ ଯେବେ

ବ୍ୟସ୍ତ ବିରକ୍ତ ସ୍ୱରକୁ କାନେଇଥିଲି ।


ଖେଳେଇ ମୁକୁଳା କେଶ ପୁଣି ଗୁଚ୍ଛାକରି

ଖୋସୁ ଥିଲ ଖୋସା ମୁଁ ଅନେଇଥିଲି ।


ଯାଉଯାଉ ଆଉ କିଛି କହିବ କି

ପ୍ରୀତି କାତର କାନେ କାନେଇଥିଲି ।


କବାଟ ଖୋଲି ଦର-ଆଉଜା ଛାଡ଼ି

ତୁମେ ଚାଲିଗଲ ମୁଁ ଅନେଇଥିଲି ।


Rate this content
Log in

Similar oriya poem from Romance