ଜୀବନ ସଙ୍ଗିନୀ
ଜୀବନ ସଙ୍ଗିନୀ
ସନ୍ଧ୍ୟା
ତମେ ମୋର ଉଷା ଜୀବନ ବେଳାର
ସୁରଭିତ ମଧୁ ମଳୟ,
ତମେ ମୋର ଗୀତି ମୂର୍ଚ୍ଛନା
ମୋର ଅସରା ପ୍ରୀତି ପ୍ରଣୟ ।
ସନ୍ଧ୍ୟା
ତମେ ପୂର୍ଣମୀ ଜହ୍ନର ଜୋଛନା
ଫଗୁଣର ମଧୁ ମହକ,
ତମେ ନୀଳ ଆକାଶର ନୀଳିମା
ଶରତର ମିଠା କୁହୁକ ।
ସନ୍ଧ୍ୟା
ତମେ ରହିଅଛ ପାଶେ
ଯଥା ମରୁଦ୍ୟାନେ ଝରଣା,
ଯଥା ଚିରନ୍ତନୀ ପ୍ରେରଣା
ଯଥା ନିଷ୍କଳଙ୍କ କାମନା ।
ସନ୍ଧ୍ୟା
ତମ ପାଇଁ ଆଜି ଲେଖୁଛି
ଏଇ ଗୀତ ଏଇ ବନ୍ଦନା,
ତମେ ମୋର ଚିର ସଙ୍ଗିନୀ
ମୋର ସୋହାଗିନୀ ଲଳନା ।

