Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Romance

3  

Binata Mohanta

Romance

ହ୍ଵାଟ୍ସ ଆପ୍

ହ୍ଵାଟ୍ସ ଆପ୍

1 min
161


ଖୁବ୍ ଶାନ୍ତିପୂର୍ଣ୍ଣ ଥିଲା ମୋ ଜୀବନ

ଯେ ପର୍ଯ୍ୟନ୍ତ ତମେ ମୋ ବନ୍ଧୁ ହୋଇ ନଥିଲ

ପ୍ରତି ମୁହୂର୍ତ୍ତ ଅନଲାଇନ୍ ଚାଟ୍ କରିବାକୁ

ଅଭ୍ୟାସରେ ପକାଇ ଦେଲ ।

ସର୍ବଦା ଅପେକ୍ଷା କରୁଛି ତମ ମେସେଜକୁ

ଇଚ୍ଛା ମାତ୍ରେ ଦେଖୁଚି ତମ ଡିପିକୁ

ଯେତେବେଳେ ଆସୁଛ ତମେ ଅନଲାଇନ୍

ଅପେକ୍ଷାର ଅନ୍ତ ଖୁସି ଦେଉଛି ମନକୁ  ।

ଅନ୍ଧାର ମନରେ ଲାଗୁଛି ଆଲୋକର ପ୍ରବେଶ

ଭାରକ୍ଳାନ୍ତ ମନରୁ ତୁରନ୍ତ ଦୂର ହୁଏ କ୍ଳେଶ

ସ୍କ୍ରିନ୍ ତମ ଫୋଟୋକୁ ଦେଖୁଚି ନିହାରି

ମନ ଚାହୁଁଚି ପ୍ରକଟ ହୁଅ ସମ୍ମୁଖେ ସହସ ।

ସକାଳୁ ଗୁଡ଼ ମଣିଙ୍ଗ୍ ମେସେଜର ଅପେକ୍ଷାରେ

ଦିନଟିକୁ ବିତାଏ ହସଖୁସି ସହ ରାଗ ଅଭିମାନ ଚାଟ୍

ରାତ୍ରିର ଗୁଡ୍ ନାଇଟ୍ ମେସେଜ କରେ ଦୁହିଁଙ୍କୁ ଦୂର

ତମ ଛାତିରେ ମୁଣ୍ଡ ରଖି ଶୋଇବାର ଆଶା ରହିଯାଏ ମନରେ ।

ଯେତେବେଳେ ଲାଗୁଛି ଏକୁଟିଆ ନିଃସଙ୍ଗ

ମନେ ପକାଉଛି ତମ ବଦମାସୀ ଆଉ ଦୁଷ୍ଟାମୀ 

କେତେ ବେଳେ ଲାଗୁଛ ସାଥୀ ତ କେତେବେଳେ ପ୍ରେମୀ

ସବୁ ସମ୍ପର୍କ ମଧ୍ୟେ ଭଲଲାଗେ ମତେ ତମ ଚଗଲାମୀ ।


Rate this content
Log in

Similar oriya poem from Romance