Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kiranbala Rath

Romance

4.0  

Kiranbala Rath

Romance

ପ୍ରେମ ପୂର୍ଣ୍ଣ ଶବ୍ଦ

ପ୍ରେମ ପୂର୍ଣ୍ଣ ଶବ୍ଦ

1 min
171


ପ୍ରେମ ପୂର୍ଣ୍ଣ ଶବ୍ଦ ସହ ଏକ ବାର୍ତ୍ତା ଲେଖୁଛି

କେମିତି ମୁଁ ଅନେକ ବର୍ଷ ଧରି ଯନ୍ତ୍ରଣା ଭୋଗୁଛି

ଏହି ଯନ୍ତ୍ରଣା ରେ ମୁଁ କିଛି ଅନୁଭବ ଲେଖୁଛି ,

ହୃଦୟର ଆଇନାରେ ତୁମ ନାମ ଲେଖୁଛି.... ।


ହସିଥିଲ ଯେବେ ତୁମେ ମୋତେ ଦେଖି ପ୍ରେମ ରେ

ସେହି ଯାଦୁ ଭରା ଆଖିରେ,

ସେହି ଅନ୍ଦାଜ୍ ରେ ଲେଖୁଛି 

ହୃଦୟ ର ଆଇନା ରେ ତୁମ ନାମ ଲେଖୁଛି.... ।


ନାଆଁ ତା'ର ହଜିଯାଇଛି ଏହି ବର୍ଷ ଆଗମନରେ ,

ବର୍ଷା ର ଏହି ଜଳ ବୁନ୍ଦାରେ ଗୋଟିଏ ରାତି ଅଛି ,

ଜୀବନର ସବୁ ରାତି ଆଜି ତୁମ ନାମରେ ଲେଖୁଛି,

ହୃଦୟ ର ଆଇନା ରେ ତୁମ ନାମ ଲେଖୁଛି.... ।


ମୋର ସବୁ ଇଚ୍ଛା ଅଧା ଥିଲା ତତେ ପାଇବା ପୂର୍ବରୁ

ଏହି ଇଚ୍ଛା ରେ ବଞ୍ଚିବାର ସାହାରା ଲେଖୁଛି

ହୃଦୟ ର ଆଇନା ରେ ତୁମ ନାମ ଲେଖୁଛି.... ।


ଛାତି ରେ ସ୍ପନ୍ଦିତ ହୃଦୟ କୁ ତୁମ ଚିଠି ମିଳିଗଲା

ଆଜି ସେହି ଚିଠି ରେ ତୁମ ନାମ ଲେଖୁଛି

ହୃଦୟ ର ଆଇନା ରେ ତୁମ ନାମ ଲେଖୁଛି.... ।


ମୁଁ କେଉଁ କବି ନୁହେଁ ଯେ , ତୁମେ ମୋର କଳ୍ପନା ହେବ

ତୁମେ ବାସ୍ତବତା, ତୁମେ ଇବାରତ, ତୁମେ ଏହି ହୃଦୟର ଉପାସନା ,

ହୃଦୟର ଥିବା ପ୍ରେମ କୁ ପଢେ ବାରମ୍ଵାର

ହୃଦୟ ଆଇନା ରେ ତୁମ ନାମ ଲେଖୁଛି

କେବଳ ତୁମରି ନାମ ଲେଖୁଛି.... ।



Rate this content
Log in

Similar oriya poem from Romance