ଆହା କି ସୁନ୍ଦର ତୁମେ
ଆହା କି ସୁନ୍ଦର ତୁମେ
ତୁମର ଏ ମିଠା
ହସରେ ରହିଛି
କେତେ ଆପଣାର ଭାବ
କୋଣେଇ କୋଣେଇ
ଚାହାଣିରେ ଅଛି
ସତେ ଭରା ଅନୁରାଗ ।
ପାଦ ଥାପି ଥାପି
ଚାଲ ଯେବେ ତୁମେ
ଚାଲିରେ ଫୁଟଇ ଫୁଲ
ମନେ ହୁଏ ସତେ
ସରଗର ପରୀ
ଦେବ କି ପରଶି ମୂଲ !
ପରୀ ଅପସରୀ
କାହାଣୀ ଶୁଣିଛି
ବହୁତ ସୁନ୍ଦର ବୋଲି
ତୁମକୁ ଦେଖିଲେ
ଲାଗୁଛି ଯେମିତି
ସରଗୁ ଆସିଛ ଚାଲି ।
ଗୋଲାପି ଅଧର
ଦେହ ଚମ୍ପା ଫୁଲ
କଳା କଳା ଘନ କେଶ
ମନେ ହୁଏ ସତେ
କଳା ବାଦଲଟା
ସଜେଇଛି ତା'ର ବେଶ ।
ମହ ମହ ବାସେ
ଦେହ ଟା ତୁମର
ରଜନୀଗନ୍ଧାର ବାସ
ପ୍ରେମ ବହ୍ନି ଜଳା
ସୌନ୍ଦର୍ଯ୍ୟ ତୁମର
ପାଇବା ପାଇଁ ପରଶ ।
ରହିଛି ବ୍ୟାକୁଳ
ଭାବ ଅସମ୍ଭାଳ
କବିତା ଉତୁରେ ଯେବେ
ମୋର ପରି କବି
ଲେଖେ ଭାବି ଭାବି
ପ୍ରେମାତୁର ହୋଇ ଏବେ !
ଆହା କି ସୁନ୍ଦର
ତୁମେ ପରୀ ମୋର
କଲି ପ୍ରେମ ନିବେଦନ
କବିତା ରୁପରେ
ଲେଖି ମନ କଥା
କଲି ପ୍ରେମ ଆମନ୍ତ୍ରଣ ।

