STORYMIRROR

Rajeev Singhdeo

Tragedy

3  

Rajeev Singhdeo

Tragedy

ପ୍ରବଳ ଖରାର ଉତ୍ତାପ

ପ୍ରବଳ ଖରାର ଉତ୍ତାପ

1 min
12


ଖରାର ପ୍ରବଳ ଉତ୍ତାପେ 

ଅସ୍ତ ବ୍ୟସ୍ତ ଜୀବନ 

ନଈ ନାଳ ବନ୍ଧ ପୋଖରୀ 

ଜଳ ବିହୁନେ ଜାଣ।

ହାହାକାରେ ଜନ ଜୀବନ 

ଏହି ଧରା କାନ୍ଦୁଛି 

ସୁର୍ଯ୍ୟ ଙ୍କ ତାପରେ ପୃଥିବୀ 

ତ୍ରାହି ତ୍ରାହି କରୁଛି।

ପ୍ରକୃତି ସଙ୍ଗରେ ମଣିଷ 

କେତେ ଖେଳ ଖେଳୁଛି 

ଜାଣି ଶୁଣି ସିଏ ବିପଦ 

ନିଜେ ନିଜେ ଡାକୁଛି।

ଗରମ ତତଲା ପବନ 

ଖରା ଝାଞ୍ଜି ବୋହୁଛି

ପ୍ରାଣୀ ଜୀବନର ଉତ୍ସାହ 

ସବୁ ମରି ଯାଉଛି।

କେବେ କେବେ ଝଡ଼ି ବରଷା 

ବେଗେ ମାଡ଼ି ଆସୁଛି 

କେବେ କେବେ ସୁର୍ଯ୍ୟ ତାପରେ 

ମହୀ ଜଳିଯାଉଛି।

ଆଜିର ମଣିଷ ସମାଜ 

ଜ୍ଞାନ ଶୂନ୍ୟ ହୋଇଛି 

ନିଜ ସ୍ବାର୍ଥ ପାଇଁ ମଣିଷ 

ବଣ ନଷ୍ଟ କରୁଛି।

ବିକାଶ ନାମରେ ବିନାଶ 

ନିଜେ କରି ଚାଲିଛି 

ବିପଦ ଆସିଲେ ପ୍ରାର୍ଥନା 

ଈଶ୍ଵର ଙ୍କୁ କରୁଛି ।

ଜାଗୋ ହେ ମଣିଷ ସମାଜ 

ଜାଗି ଯାଅ ଏଥର 

ଗୋଟେ ଗୋଟେ ଗଛ ଲଗାଅ 

ଫଳ ପାଇବ ତା'ର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy