STORYMIRROR

Rajeev Singhdeo

Others

3  

Rajeev Singhdeo

Others

ନିକୃଷ୍ଟ ରାଜନୀତି

ନିକୃଷ୍ଟ ରାଜନୀତି

1 min
118


ନୀତି ହୀନ ଏଇ ରାଜନୀତି ପରା

ଚାଲିଛି ଏଇଠି ଟଙ୍କାର ଖେଳ

ଭୋଟ ପାଇଁ ନେତା ତଳକୁ ଖସୁଛି

କେତେ ଅଭିନେତା କରୁଛି ମେଳ ।

ଭୋଟର ମାନଙ୍କୁ ମିଠା କଥା କହି

କେତେଯେ ସପନ ଦେଖାଏ ସିଏ

ନୂଆ ନୂଆ କଥା ଭୋଟର ମାନଙ୍କୁ

କହି କହି ମନ ଭୁଲାଇ ଦିଏ ।

ଅଭିନେତା ମାନେ ନେତା ହୋଇଯାଇ

ଦେଖାନ୍ତି ସେମାନେ କେତେଯେ ନାଟ

ପୁଣି କେତେବେଳେ ମନ ଭରିଗଲେ

ସିନେମାରେ ଯାଇ ଦେଖାନ୍ତି ଥାଟ ।

ମଦର ବାସନା ସୁ°ଘାଇ ସୁ°ଘାଇ

ମିଠା କଥା କହି ନିଅନ୍ତି ଟାଣି

ଟଙ୍କା ଫିଙ୍ଗି ଦେଇ ଯାଚନା କରନ୍ତି

ଭୋଟର ମାନଙ୍କୁ ନିଅନ୍ତି କିଣି।

ନେତା ମାନେ ସବୁ ରାଜଗାଦି ପାଇଁ

କେତେ ଯେ କୁ କୃତ୍ୟ କରନ୍ତି ସତ

ମିଛ ପ୍ରଲୋଭନ ଦେଖାଇ ସେମାନେ

ଭ୍ରମିତ କରନ୍ତି ଲୋକଙ୍କୁ ଏତ।

ଭୋଟର ବିଚରା ବୁଝି ପାରେ ନାହିଁ

ବହୁମୂଲ୍ୟ ଭୋଟ କାହାକୁ ଦେବ

କାହା ଚିହ୍ନ ଆଗେ ବଟନ୍ ଟିପିଲେ

ମନ୍ତ୍ରୀ ହୋଇ ସିଏ ତାକୁ ଦେଖିବ ।

ଏଇତ ଆମର ଗଣତନ୍ତ୍ର ରାଷ୍ଟ୍ର

ବିଭତ୍ସ୍ୟ ହୋଇଛି ଏ ଗଣନୀତି

ମାୟାବୀ ରାବଣ ସାଜି ହୋଇ ନେତା

ନିକୃଷ୍ଟ କରନ୍ତି ଏ ରାଜନୀତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍