STORYMIRROR

Rajeev Singhdeo

Others

3  

Rajeev Singhdeo

Others

ଟ୍ରେନ ଡବାରେ ଏକୁଟିଆ ଯାତ୍ରୀରାଜ

ଟ୍ରେନ ଡବାରେ ଏକୁଟିଆ ଯାତ୍ରୀରାଜ

1 min
151


ଇତବାରୀ ନାମ ଟ୍ରେଏନ ଟା ଆମ

ଗଡ଼ ଗଡ଼ ଗଡ଼ୁଥିଲା ହଠାତ୍ ଟ୍ରେନ ଟା

ନାଲି ବତୀ ଦେଖି ରାସ୍ତାରେ ଅଟକି ଗଲା।


ଘଣ୍ଟା ଘଣ୍ଟା ଯାଏ ଛିଡ଼ା ହେଲା ସିଏ

କଅଣ କାରଣ ପାଇଁ ଜଣାପଡ଼ିଲା ନି

କାରଣଟା କ'ଣ ଆଗ ବଢ଼ିବାରେ ନାହିଁ।


ଗୋଟିଏ ବଗିରେ ମୁହିଁ ଏକା ଯାତ୍ରୀ

ବିକଳରେ ଚାହୁଁ ଥାଏ କେତେବେଳେ ଟ୍ରେନ

ଆଗକୁ ବଢ଼ିବ ଟ୍ରେକ କୁ ଅନଉ ଥାଏ।


ପେଟର ଜ୍ଵାଳାରେ ଛଟପଟ ହୋଇ

ମନ ମୋର କାନ୍ଦୁ ଥାଏ ଟହଳ ବିକଳ

ହଉଥାଏ ମୁହିଁ ମନକୁ ବୁଝଉ ଥାଏ ।


ବିକାଳି ଗୁଡାର ଦେଖା ନାହିଁ ଜମା

ଟ୍ରେନର ବିକାଳି ବାଲା ଚା ଗରମ ବୋଲି

ହୋ ହାଲ୍ଲା ନାହିଁ ସଭିଙ୍କ ମୁହଁରେ ତାଲା।


ହଠାତ୍ ଟ୍ରେନ ଟା ଆଗକୁ ବଢିଲା

ମନରେ ଆସିଲା ଶାନ୍ତି ପୋ° ପୋ° ହୋଇ

ଟ୍ରେନ ହୁଇଶିଲ  ମାରି ଚାଲିଥାଏ ଗତି।


ଶେଷରେ ଟ୍ରେନ ଟା ଗନ୍ତବ୍ୟ ସ୍ଥଳରେ

ପହଞ୍ଚି ଅଟକି ଗଲା ତର ତର ହୋଇ

ଓହ୍ଲାଇ ପଡ଼ିଲି ଯାତ୍ରା ମୋର ଶେଷ ହେଲା।



Rate this content
Log in