Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajeev Singhdeo

Others

3  

Rajeev Singhdeo

Others

ଶୀତ ରାଜୁତି

ଶୀତ ରାଜୁତି

1 min
3



ଶୀତ ରାଜୁତି  ସେ କରାମତି 

   ‌ ଦେଖାଏ ତା'ର କୋହ

ଶୀତ ସମୀର  ବହଇ ଯେବେ

    ଶୀତେଇ ଉଠେ ଦେହ ।


ଶିଖର ଦେଶେ ଶୀତୁଆ ବାଆ

 ‌ ‌  ଶୀତ ପ୍ରକୋପ ସହେ

 ସକାନ ବେଳା କୁହୁଡି ଘେରା

   ଶିଖର ଦେଶେ ରହେ ।


ଶୀତ ରାତିର ‌ଶୀତୁଆ ମଜା

    ରଜେଇ ତଳେ ଲାଗେ 

ନିଦଟା ହେଲେ ସପନ ଆସେ

   ‌‌ ରାତିଟା ପାହେ ଶେଷେ ।


ଶୀତ ରାତିରେ ନିଆଁର ଜ୍ଵାଳା

    ଆନନ୍ଦ ଦିଏ ସତେ

ଦେହଟା ହୁଏ ଉଷୁମ ଯେବେ

   ଆରାମ ଲାଗେ କେତେ ।


ବରଫ ଘେରା ପାହାଡ ସାରା

  ‌ ହିମ ପ୍ରପାତ କୋହ

ହିମାଞ୍ଚଳରେ ‌ ଶୀତ ପ୍ରୋକପ

   ଚାଲିଛି ଅହରହ ।


ଶୀତ ବିଦାୟ  ବେଳ ଆସିଲା

  ‌  ଶୀତର ମଜା ଶେଷ

ଆର ବରଷେ ଆସିବ ପୁଣି

   ଦେଖାଇବ ତା ଯଶ ।



Rate this content
Log in