STORYMIRROR

Rajeev Singhdeo

Abstract

3  

Rajeev Singhdeo

Abstract

ଜୟ ଜୟ ମାଆ ସରସ୍ଵତୀରାଜୀବ ସିଂହ ଦ

ଜୟ ଜୟ ମାଆ ସରସ୍ଵତୀରାଜୀବ ସିଂହ ଦ

1 min
9


ମାଆ ସରସ୍ଵତୀ ଜ୍ଞାନ ପ୍ରଦାୟିନୀ

ବୀଣା ପୁସ୍ତକ ଧାରିଣୀ

ବ୍ରହ୍ମା ଙ୍କ ଦୁଲଣି ଜଗତ ଜନନୀ

ମାଁ ତୁମେ ବୀଣାପାଣି।


ତୁମରି କୃପାରୁ ମୂର୍ଖ କାଳିଦାସ

ପଣ୍ଡିତ ସେ ହୋଇଥିଲେ

ତୁମରି ବୀଣାର ଝଙ୍କାରେ ମାଁ ଗୋ

ସତ ବୁଦ୍ଧି ପାଇଥିଲେ।


ବସନ୍ତ ପଞ୍ଚମୀ ଶୁଭ ଲଗନରେ

ବିରାଜିଛ ତୁମେ ମାଆ

ତୁମ ଆଗମନେ ଏଧରା ଧାମରେ

ଅଜ୍ଞାନୀ କୁ ହୁଅ ସାହା।


ବିଦ୍ୟାଦାତ୍ରୀ ଦେବୀ ମାତା ସରସ୍ୱତୀ

ଆଗମନ ମର୍ତ୍ତପୁରେ

ଜ୍ଞାନର ଆଲୋକେ ଆଲୋକିତ ହେବ

ମାଁଆ ତୁମ କରୁଣାରେ ।


ଜୟ ଜୟ ମାଆ ଶ୍ବେତ ପଦ୍ମାସନୀ

ହସ୍ତେ ପୁସ୍ତକ ଧାରିଣୀ

ଜ୍ଞାନର ଆଲୋକେ ସୁଶୋଭିତ କର

ଏଧରା ଧାମରେ ପୁଣି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract