STORYMIRROR

Rajeev Singhdeo

Tragedy

3  

Rajeev Singhdeo

Tragedy

*ଯିବି ମୁଁ ସ୍ଵର୍ଗଦ୍ଵାର*ରାଜୀବ ସିଂହ ଦେବ କେରା, ବିଛିନ୍

*ଯିବି ମୁଁ ସ୍ଵର୍ଗଦ୍ଵାର*ରାଜୀବ ସିଂହ ଦେବ କେରା, ବିଛିନ୍

1 min
15


ଜୟ ଜୟ ଜଗନ୍ନାଥ ହେ

ଜୟ ଦୟାଳୁ ହରି

ଅନାଥ ମାନଙ୍କୁ ମିଳୁହେ 

ତୁମ କରୁଣାବାରି ।

ତୁମେ ହିଁ ବିଶ୍ବର ନିଅନ୍ତା

ତୁମେ ସୃଷ୍ଟି କରତା

ତୁମେ ହିଁ ଶକ୍ତିର ଆଧାର

ତୁମେ ଭାଗ୍ୟ ବିଧାତା।

ତୁମରି ଶରଣେ ରହିଛି 

ମୁକ୍ତି ଦିଅ ହେ ନାଥ 

ଆବାଟରୁ ବାଟ କଢେଇ

ନିଅ ହେ ଜଗନ୍ନାଥ।

ନୀଳଗିରି କୁଞ୍ଜ ତୁମେ ହିଁ

ପ୍ରଭୁ କମଳାପତି

କୃପା ତୁମେ କର ପ୍ରଭୁ ହେ

ତୁମେ ଜଗତ ପତି।

ଯୁଗ ଅବତାରି ପ୍ରଭୁ ହେ

ଧନ୍ୟ କଳା ଗୋସାଇଁ

ଭକତଙ୍କ ଡାକ ଶୁଣ ହେ

ପ୍ରଭୁ କଳା କହ୍ନାଇ।

ଦୁଃଖ ହାରୀ ବୋଲି କହନ୍ତି

ଦୁଃଖ ହରିବ ବୋଲି

ଜଣାଏ ତୁମକୁ ଦୁଃଖ ମୋ

ଦୁଃଖୁ ତାରିବ ବୋଲି।

ଷାଠିଏ ପଉଟି ଭୋଗରୁ 

କାଢି ନେଇନି ହରି

କିମ୍ପା ତେବେ କଳା ଗୋସାଇଁ

କଲ ଦାଣ୍ଡ ଭିକାରୀ।

ଆଶାରେ ଆଶ୍ରିତ ରହିଛି

ଦୁଃଖି ଜୀବନ ମୋର 

ଏ ଜନମେ ମୁକ୍ତି ଦିଅ ହେ

ଯିବି ମୁଁ ‌ସ୍ଵର୍ଗଦ୍ଵାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy