Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajeev Singhdeo

Classics

3  

Rajeev Singhdeo

Classics

ମାଆ ଶାରଳା ମାଆ ଭଗବତୀ

ମାଆ ଶାରଳା ମାଆ ଭଗବତୀ

1 min
116



କେଡ଼େ ଶୋଭା ମୟୀ

ଦିଶୁଛ ତୁମେ ଗୋ

ମାଆ ତୁମେ ଠାକୁରାଣୀ,

ଶାରଳା ପୀଠରେ

ପୂଜା ପାଉଅଛ

ତୁମେ ହିଁ ଜଗ କଲ୍ୟାଣୀ।


ଆକାର ପ୍ରକାର

ତୁମେ ନିରାକାର

ତୁମେ ସର୍ବ ଶକ୍ତି ମୟୀ ,

ତୁମେ ହିଁ ମାଦୁର୍ଗା

ତୁମେ ଜଗଦମ୍ବା

ତୁମେ ହି କରୁଣା ମୟୀ ।


କେତେ ବେଳେ ତୁମେ

ଜଗଦମ୍ବା ରୂପେ

କେତେ ବେଳେ ହୁଅ କାଳୀ,

 ଅନେକ ରୂପରେ

ମହି ମଣ୍ଡଳରେ

ଧରାକୁ ଆସୁଛ ମାଡ଼ି !


ତୁମ ଦିଆ କର୍ମେ

ନିତି କରେ ଆସି 

ସକାଳ ରୁ ସଞ୍ଜ ଯାଏ ,

ତୁମରି ସେବାରେ 

ଯାହା କିଛି ମିଳେ

ମନ ଶାନ୍ତ କରିଥାଏ ।


ତୁମରି ସେବାରେ

ସମର୍ପି ଦେଇଛି

ମନ ପ୍ରାଣ ସବୁଥିରେ ,

ତୁମ ବିନା ମୋର

ଅନ୍ୟ ଗତି ନାହିଁ

ଏ ଜୀବନ ଜଞ୍ଜାଳରେ ।


Rate this content
Log in

Similar oriya poem from Classics