ଶ୍ରୀ ଜଗନ୍ନାଥ ଙ୍କ ସହସ୍ର ନାମରାଜ
ଶ୍ରୀ ଜଗନ୍ନାଥ ଙ୍କ ସହସ୍ର ନାମରାଜ
ଶ୍ରୀ ଜଗନ୍ନାଥ ସହସ୍ର ନାମେ ସେ
ନାମିତ ସଂସାର ଯାକ
ପ୍ରଭୁ ନିରାକାର ଅଟନ୍ତି ସେ ବ୍ରହ୍ମ
ବୋଲାନ୍ତି କଳା ଶ୍ରୀ ମୁଖ ।
ଅସୀମ ଅନନ୍ତ ଅବିନାଶୀ ସିଏ
ଜଗନ୍ନାଥ ପରମବ୍ରହ୍ମ
ଅନାଥର ନାଥ ପ୍ରଭୁ ଜଗନ୍ନାଥ
ଅଟନ୍ତି ସେ ଦାରୁ ବ୍ରହ୍ମ ।
ଅଗତିର ଗତି ଆରତ ତ୍ରାଣ ସେ
କମଳାଲୋଚନ ହରି
କରୁଣା ସାଗର କମଳା ବଲ୍ଲଭ
ଜଗତ ପାଳନ କାରୀ ।
ହେ କରୁଣା ସିନ୍ଧୁ କୃପାର ସାଗର
କଳ୍ପବଟ ମୂଳବାସୀ ,
ଜଗତର ନାଥ ଅଟ ଜଗନ୍ନାଥ
ସିଂହାସନେ ଅଛ ବସି ।
ଚିନ୍ତାମଣି ଯିଏ ଚକା ଆଖି ସିଏ
ଚତୁର୍ଭୁଜ ଚକ୍ରଧର
ଅନେକ ନାମରେ ବିଭୂଷିତ କାହ୍ନା
ମହା ବାହୁ ମାୟାଧର।
ନୀଳଗିରି ନାଥ ନୀଳକନ୍ଦର ର
ମହୋଦଧିକୂଳ ବାସି
ଜଗତ ଉଦ୍ଧାର କର ହେ ମଣିମା
ହେ ଶ୍ରୀ ମନ୍ଦିର ନିବାସୀ ।
ଶ୍ଵେତ ପଦ୍ମତୋଳା ଶ୍ରୀକ୍ଷେତ୍ର ବଲ୍ଲଭ
ଲକ୍ଷ୍ମୀପତି କଳାଗୋସାଇଁ
ହେ ଦିନବନ୍ଧୁ ଦଇତାରୀ ପ୍ରଭୁ
ତୁମେ ନୀଳାଚଳ ସାଇଁ।
ଜୟ ଦେବରାଜ ଦେବାଧିରାଜ ହେ
ଭୂବନମୋହନ ହରି
ସହସ୍ର ନାମକୁ ଜପଯେ କରିବ
ଉଦ୍ଧାରିବେ ଭବନାଉରୀ ।
