STORYMIRROR

Rajeev Singhdeo

Action

4  

Rajeev Singhdeo

Action

ଅଦିନ ଝଡ଼

ଅଦିନ ଝଡ଼

1 min
15


ଅଦିନିଆ ଝଡ଼ ବେଗେ ଆସିଗଲା 

ସବୁ ଛାରଖାର ହେଲା 

କେତେ ଆଶା କରି ବସା ବାନ୍ଧିଥିଲି

ନିମିଷକେ ଚୁନା ହେଲା।

ଈଶ୍ଵର ଙ୍କ ଖେଳ ବଡ଼ ହିଁ ବିଚିତ୍ର 

କାହା ଭାଗ୍ୟେ କ'ଣ ଲେଖା 

କାହା ଭାଗ୍ୟେ କେବେ ହତାଶ ନିରଶା 

କେବେ ଖୁଶି ହୁଏ ଦେଖା।

ଅଦିନ ଝଡ଼ ରେ ଉଡ଼ିଗଲା ସବୁ 

ମନର ସବୁଜ ସ୍ଵପ୍ନ 

କେତେ ଆଶା କରି ବାନ୍ଧିଥିଲି ବସା

ହେଲା ସବୁ ଛିନ୍ନଭିନ୍ନ ।

ଈଶ୍ଵର ଙ୍କୁ ମୁହିଁ କଲି ଅଭିଯୋଗ 

 କି ଦୋଷ ଥିଲା କି ମୋର 

ଅଦିନ ଝଡ଼ରେ ଭାଙ୍ଗି ଦେଲୁ ବସା 

ଏମିତିକି ନ୍ୟାୟ ତୋର ।

ଅଦିନିଆ ଝଡ଼ର ଭୟଙ୍କର ରୂପ 

ଭୟଭୀତ କଲା ମନ 

କାହିଁ ଅଛ ପ୍ରଭୁ ଅନାଥ ର ନାଥ

ରକ୍ଷାକର ପ୍ରାଣୀ ଜନ।

ଝଡ଼ ଝାଡ଼ି ଦେଲା ପ୍ରାଣିର ଜୀବନ 

ଛାଡି ଦେଲା କେତେ କଥା 

କାହା ଜୀବନ ରେ ଆସୁନାହିଁ କୋବେ 

ଅଦିନ ଝଡ଼ର ବ୍ୟଥା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action