କେତୋଟି କଥା
କେତୋଟି କଥା


ଆଜିର ଯୁଗରେ ମାର୍ଗ ଦୁର୍ଘଟଣା
ଘଟୁଅଛି ପରା ନିତି
ନିମିଷକେ ଏଥିଯୋଗୁଁ ସଭିଙ୍କର
ହୋଇଥାଏ ବହୁ କ୍ଷତି ।
ଅନେକ ସମୟେ ଦୁର୍ଲଭ ଜୀବନ
ହୁଏ ଏହାଦ୍ଵାରା ଶେଷ
କେତେକ ଦିଗକୁ ରଖିଲେ ଦୃଷ୍ଟିରେ
ଦୁର୍ଘଟଣା ପାଏ ହ୍ରାସ ।
ଗାଡ଼ି ଚଲାଇବା ପୂର୍ବରୁ ଯାନକୁ
ପ୍ରଥମେ ତନଖି ନିଅ
ବାମପଟ ଛାଡ଼ି ଦକ୍ଷିଣରେ ଗାଡ଼ି
କେବେହେଲେ ନଚଲାଅ।
ମାର୍ଗ ଅତିକ୍ରମ ବେଳରେ ଉଭୟ
ପାର୍ଶ୍ଵକୁ ଆଗେ ଚାହିଁବ
ଗାଡ଼ିଥିଲେ ଦୂରେ ଅଥବା ନଥିଲେ
ରାସ୍ତା ପାର ହୋଇଯିବ ।
ଦୁଇରୁ ଅଧିକ ଲୋକ ବସନାହିଁ
ମଟର ବାଇକ୍ ମାନେ
ଫୋନ୍ ରେ ନଗପି ଚଲାଅ ଚାଳକ
ଗାଡ଼ି ଧିର ସ୍ଥିର ମନେ ।
ହେଲ୍ମେଟ୍ ପିନ୍ଧି ଥିଲେ ଚାଳକର
ନହୁଏ ମସ୍ତକ କ୍ଷତି
ସିଟ୍ ବେଲ୍ଟ
୍ ନାଇ ଚଲା ଭାରୀ ଯାନ
ବିପଦୁ ପାଇବ ମୁକ୍ତି ।
ଅଲଗା ଗାଡ଼ିର ସୂଚକ ଉପରେ
ଦିଅରେ ସର୍ବଦା ଧ୍ୟାନ
ସଠିକ୍ ସୂଚକ ଦେଇ ସଦାବେଳେ
ଚଲାଅ ଚାଳକ ଯାନ ।
ନିଶା ଛାଡ଼ି ଅବା ଲକ୍ଷ୍ୟ ରଖି ଯେବେ
ଚଲାଏ ଚାଳକ ଗାଡ଼ି
ସଠିକ୍ ବାଟରେ ଚାଲିଥାଏ ଯାନ
ନଯାଏ ଅନ୍ୟତ୍ର ମାଡ଼ି ।
ସଡ଼କରେ ତ୍ରୁଟି ରହେ ଯଦି ଆପେ
ଦୁର୍ଘଟଣା ହୋଇଥାଏ
ରହିଲେ ସର୍ବଦା ସଡ଼କ ସୁରକ୍ଷା
ଜୀବନ ହିଁ ରକ୍ଷା ହୁଏ ।
ଯାଅନାହିଁ ଯାତ୍ରୀ ଗାଡ଼ିରେ ଓହଳି
ଅଥବା ଉପରେ ବସି
ଦ୍ରୁତ ବେଗେ ଗାଡ଼ି ଗଡ଼ିଲେ ଉପରୁ
ତଳକୁ ପଡ଼ିବ ଖସି ।
ଗାଡ଼ି ଚଲା ଧିରେ ଦେଇ ଧ୍ୟାନ ତୁମେ
ଟ୍ରାଫିକ୍ ସଙ୍କେତ ପ୍ରତି
ଧିରେ କାର୍ଯ୍ୟସିଦ୍ଧି ଦ୍ରୁତଗତି ପରା
ଅଟଇ ମହାବିପତ୍ତି ।