STORYMIRROR

DEEPAK KUMAR PATRA

Romance

3  

DEEPAK KUMAR PATRA

Romance

ତୁମେ

ତୁମେ

1 min
159


ଏଇ ଛାତି ଥରା ଶୀତ ରାତିର

ନିସ୍ତବ୍ଧ ନିର୍ଜନତାରେ ତୁମେ

ପ୍ରତି ଲତାରେ ଝରିପଡୁଥିବା

ଶୀତଳ କାକର ବିନ୍ଦୁରେ ତୁମେ l

ଦିନ ସୂର୍ଯ୍ୟାତାପରେ ଶୁଷ୍କ ଗାଲିଚାରେ 

ଅବତାର ହେଇଆସୁଥିବା ଉତ୍ତାପରେ ତୁମେ

ରାତିର ଶିଶିରରେ ଭିଜା ଭିଜା l

ଓଦା ଦୁର୍ବାଦଳରେ ତୁମେ

ଏଇ ମନର ପ୍ରତି କ୍ଷଣରେ ତୁମେ 

ଭାବର ସବୁ ଭାବନାରେ ତୁମେ l

ମୋର୍ ଟିକ୍ ଟିକ୍ ହାତ ଘଣ୍ଟାର ଶବ୍ଦରେ ତୁମେ

ହୃଦୟର ପ୍ରତି ସ୍ପନ୍ଦନରେ ଯେ ତୁମେ l

ଶୟନେ ସପନେ ଆଉ ଜାଗରଣେ

ଭାବର୍ ଅଳଙ୍କାର ନାଇ

ଅନୁଭବୀ ଟେ ହୋଇ ଦେଖେ 

କେବଳ ତୁମେ ହିଁ ତୁମେ ।


Rate this content
Log in

Similar oriya poem from Romance