ଲଣ୍ଠନ ଆଲୁଅରେ
ଲଣ୍ଠନ ଆଲୁଅରେ
ସେଦିନ ଦେଖିଥିଲି ତୁମକୁ ପ୍ରଥମେ
ଲଣ୍ଠନ ଆଲୁଅରେ
ମୁଖ ମଣ୍ଡଳ ଚମକୁଥିଲା ଲଣ୍ଠନର
ମିଞ୍ଜି ମିଞ୍ଜି ଶିଖାରେ l
ଆନ୍ଧାରରେ ବି ଜ୍ୟୋତି ଭରିଥିଲା
ନୟନ ଯୁଗଳରେ
ମଧୁକି ବରଷୁଥିଲା ରକ୍ତିମ ଓଠର
ସ୍ମିତହସ ଧାରେ l
ପ୍ରଣୟର ରାଗ ତୋଳି ସତେ
ଶୀତଳ ସମୀର
ଦେହେ ଦିଏ ବୋଳି ବାସ
ତୁମରି ଅଙ୍ଗର l
ଶୀତ ବସ୍ତ୍ର ଦେଇଛି ଢାଙ୍କି
ଅପରୂପ ସୌନ୍ଦର୍ଯ୍ୟକୁ
ଦେହରେ ତା ଦେଇଛି ଛନ୍ଦି
ଅମାନିଆ ଯୌବନକୁ l
ଫେରେନାହିଁ ନେତ୍ର ବାରେ ଦେଖି
ଅସରନ୍ତି ଶୋଭାକୁ
ପାଗଳ ଭ୍ରମର ପରି ବାର ବାର
ଟାଣୁଛି ପଛକୁ l
ବାହୁ ବନ୍ଧନରେ ତାକୁ ନେବି
ଥରେ ତୋଳି
ମନ ଅସ୍ଥିର ଦେବ ପ୍ରେମ ରଙ୍ଗ
ତା' ଅଙ୍ଗରେ ବୋଳି l

