STORYMIRROR

Lakshapati Podh

Romance Others

3  

Lakshapati Podh

Romance Others

ମୋ ମନର ମାନସୀn

ମୋ ମନର ମାନସୀn

1 min
167

ଭାବନାର ଦୁନିଆରେ ବୁଡି ରହିଥିଲି

ନିଜ କୁ ଯେ ମୁଁ ହଜେଇ ଦେଇଥିଲି

ନିଜ ସହ କଥା ହୋଇ ଦିନ କାଟୁଥିଲି

ଦର୍ପଣ କୁ ଦେଖି ମୋ ଭାବନା କୁ କହୁଥିଲି।

ଚାଲୁ ଥିଲି ରାସ୍ତାରେ ଯେବେ ହୋସ ରେ ନ ଥିଲି

କେଁଉ ଆଡେ ଯାଉଥିଲି ଜାଣି ପାରୁ ଯେ ନ ଥିଲି

ଜୀବନ କାହିଁକି ମୋତେ ବୋଝ ପରିକା ଲାଗୁଥିଲା

ତୁ ଆସିଲୁ ଯେବେ ଜିଇବାର ସାହାରା ମିଳିଲା।

ଦେଖି ମୁଁ ନ ଥିଲି ନା ଜାଣି ମୁଁ ନ ଥିଲି ତୋତେ

ଇନଷ୍ଟାଗ୍ରାମ ରେ ଆସି ଦେଖାହେଲୁ ଜାଣିଲି ତେବେ ତୋତେ

କଥା ବାର୍ତ୍ତା ହେଇ ହେଇ ଦିନ ଗଡି ଗଲା

ତୋ ସାଥେ ଧୀରେ ଧୀରେ ବନ୍ଧୁତା ଯେ ହେଲା।

ମନର ସବୁ କଥାକୁ ବୁଝି ପାରୁଥିଲୁ ତୁହି

ସେଥି ପାଇ ତୋ ସାଥେ ଭାବନା ହେଲା ଯୋଡ଼ି

ମନେ ମନେ ତୋତେ ମୁହି ଭଲ ପାଇ ମୁଁ ବସିଲି

ହେଲେ କେବେ ସେ କଥା କହି ନ ପାରିଲି।

ଏମିତି ଦିନ ଗଡି ଗଡି କିଛି ମାସ ଗଲା ବିତି

ଯେବେ ମୋ ମନ କଥା କହିବାର ସମୟ ଆସିଲା

କହିଲି ଡରି ଡରି ତୋତେ ବିବାହ କରିବି ଯେ ବୋଲି

କହିଲୁ ତୁ ଯେ ଏ କଥା ମୋହର ଘରେ କୁହ ବୋଲି l

ନମ୍ବର ମାଗିକି ତୋର ଘରକୁ ଫୋନ କଲି

ଘର ଲୋକେ କହିଲେ ମୋତେ ଦେଖି ଆସ ବୋଲି

କିଛି ଦିନ ଗଲା ପରେ ତୁମ ଘରକୁ ଦେଖି ଗଲି

ସାମ୍ନାରେ ଦେଖି ତୋତେ ବହୁତ ଖୁସି ହେଲି।

ବହୁତ୍ ବାଧା ବିଘ୍ନ ପରେ ବିବାହ ଠିକ୍ ହେଲା

ଯାହାକୁ ଏତେ ଭଲ ପାଉଥିଲି ସେ ମୋତେ ମିଳିଗଲା

ଧନ୍ୟବାଦ କରିବି ମୁଁ ସେଇ ବିଧାତା କୁ

ଯାହା ପାଇଁ ପାଇଲି ମୋ ମନର ମାନସୀ କୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance