STORYMIRROR

Lakshapati Podh

Romance

3  

Lakshapati Podh

Romance

ତୁମ ସ୍ମୃତି

ତୁମ ସ୍ମୃତି

1 min
495

ମୋ ମନ ଉପବନେ ତୁମେ ଅଛ ପ୍ରିୟା,

ରହିଅଛି ତୁମ ସ୍ମୃତି।

ଦେଖିବାକୁ ତୁମକୁ ଆଶା ଲୋଡୁଅଛି,

କଟି ଯାଉଅଛି ମୋ ଦିବା ରାତି।


ଭଲ ଯେ ପାଉଛି ମନ ମୁ ଦେଇଛି,

କହୁନାହିଁ ମିଛ କିଛି।

ବୁଝିବାକୁ ଥରେ ଚେଷ୍ଟାକର ପ୍ରିୟା,

ମୋ ହୃଦ ସ୍ପନ୍ଦନର ଗତି।


ସପନେ ଆସୁଛ ମୋ ସାଥେ ହସୁଛ,

ବାଣ୍ଟୁଅଛ ପ୍ରେମ ଗୀତି।

ସ୍ପନ୍ଦନେ ରୋଦନେ ଭାବନେ ସପନେ,

ଭାସୁଅଛି ତୁମ ସ୍ମୃତି।


କାହିଁକି କେଜାଣି କେମିତି ତୁମକୁ,

ଭଲ ପାଉଅଛି ଏତେ ବେଶୀ।

କେମିତି ବଞ୍ଚିବି ତୁମ ବିନା ପ୍ରିୟା,

ଜାଣିପାରୁ ନାହିଁ ମୁ କିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance