STORYMIRROR

Lakshapati Podh

Inspirational Others

3  

Lakshapati Podh

Inspirational Others

ସଂଘର୍ଷର ଯୁଦ୍ଧ

ସଂଘର୍ଷର ଯୁଦ୍ଧ

1 min
44

ଶୋଇବାକୁ ଚାହିଁଲେ ଶୋଇ ମୁଁ ପାରୁନି ,
ନିଦ ମୋ ଯାଇଛି ହଜି।
ସଂଘର୍ଷର ଯୁଦ୍ଧ ଶୋଇ ଯେ ଦେଉନି,
ନିଦ କୁ କରିଛି ଯେ ବନ୍ଦୀ।
ଭାଗ୍ୟର ଖେଳରେ ବାଜି ଲାଗିଅଛି,
ଦୁଃଖ ଯେ ଦେଉଛି ଶାସ୍ତି।
ପରୀକ୍ଷାର ଘଡି ଛାଡିଦେଲେ ମୁଁ ଯେ ,
ଜୀବନ ଯୁଦ୍ଧରେ ଯିବି ମୁଁ ହାରି ।
ପରିସ୍ଥିତି ସହ ଲଢେ଼ଇ କରି ଯେ ,
ଭାଙ୍ଗି ମୁଁ ପଡୁଛି ଆଜି।
ସାହସ ଦେବାକୁ କେହି ଆସୁନାହିଁ,
ଧର୍ଯ୍ୟ ମୋ ଯାଉଛି ଭାଙ୍ଗି।
ସ୍ଵାର୍ଥର ସମାଜେ କିଏ ବା ଶୁଣୁଛି,
ଅନ୍ୟର ବେଦନା ର ରଡ଼ି।
ଧିକ ଏ ସମାଜ ଧିକ ଏ ଦୁନିଆ,
କିଏ ବି ନୁହେଁ କାହାର କିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational