ସଂଘର୍ଷର ଯୁଦ୍ଧ
ସଂଘର୍ଷର ଯୁଦ୍ଧ
ଶୋଇବାକୁ ଚାହିଁଲେ ଶୋଇ ମୁଁ ପାରୁନି ,
ନିଦ ମୋ ଯାଇଛି ହଜି।
ସଂଘର୍ଷର ଯୁଦ୍ଧ ଶୋଇ ଯେ ଦେଉନି,
ନିଦ କୁ କରିଛି ଯେ ବନ୍ଦୀ।
ଭାଗ୍ୟର ଖେଳରେ ବାଜି ଲାଗିଅଛି,
ଦୁଃଖ ଯେ ଦେଉଛି ଶାସ୍ତି।
ପରୀକ୍ଷାର ଘଡି ଛାଡିଦେଲେ ମୁଁ ଯେ ,
ଜୀବନ ଯୁଦ୍ଧରେ ଯିବି ମୁଁ ହାରି ।
ପରିସ୍ଥିତି ସହ ଲଢେ଼ଇ କରି ଯେ ,
ଭାଙ୍ଗି ମୁଁ ପଡୁଛି ଆଜି।
ସାହସ ଦେବାକୁ କେହି ଆସୁନାହିଁ,
ଧର୍ଯ୍ୟ ମୋ ଯାଉଛି ଭାଙ୍ଗି।
ସ୍ଵାର୍ଥର ସମାଜେ କିଏ ବା ଶୁଣୁଛି,
ଅନ୍ୟର ବେଦନା ର ରଡ଼ି।
ଧିକ ଏ ସମାଜ ଧିକ ଏ ଦୁନିଆ,
କିଏ ବି ନୁହେଁ କାହାର କିଛି।
