STORYMIRROR

Lakshapati Podh

Romance

3  

Lakshapati Podh

Romance

ସପନର ରାଣୀ

ସପନର ରାଣୀ

1 min
228

ସପନର ରାଣୀ କୋଉଠି ଅଛୁ ତୁ,

ଖୋଜୁଅଛି ତୋତେ ମୁହିଁ ।


ଦେଖିବାକୁ ତୋତେ ଚାହିଁ ରହିଅଛି,

ଖୋଜି ପାଉନାହିଁ ତୋତେ କାହିଁ।


ସପନରେ ଆସି ତୁ ଦେଖି ଚାହିଗଲୁ,

କହି ପାରିଲିନି ତୋତେ କିଛି ମୁଁହି।


କାହିଁକି କେଜାଣି ତୁ ମନେ ପଡୁ ଅଛୁ,

ଝୂରୁଅଛି ତୋତେ କେତେ ମୁହିଁ।


ଆ ଥରେ ସତେ ଦେଖିବି ମୁ ତୋତେ,

ରାଗିବିନି କେବେ ତୋତେ ମୁଁହି।


ସପନେ ଆସି ହଜାଇ ଦେଲୁ ତୁ,

ଭୁଲି ଗଲି ସବୁ ଦୁଃଖକୁ ମୁଁହି।


କାହିଁକି କେଜାଣି ଆସି ଚାଲିଯାଉ,

ବୁଝିପାରେ ନାହିଁ କିଛି ମୁଁହି।


ସପନର ରାଣୀ ଶୁଣିଯା ଥରେ ତୁ,

ଆସିବୁ ମୋ ଜୀବନେ କେବେ ତୁହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance