STORYMIRROR

Lakshapati Podh

Inspirational Others

4  

Lakshapati Podh

Inspirational Others

ସ୍ୱାର୍ଥର ଦୁନିଆ

ସ୍ୱାର୍ଥର ଦୁନିଆ

1 min
397

ମିଛର ଦୁନିଆରେ କିଏ ବା କାହାର,

ସ୍ବାର୍ଥ ଥିବା ଯାଏ ସଭିଏଁ ନିଜର।


ଥିବେ ପାଖେ ପାଖେ ଯେବେ ଥିବ ପାଖେ ଧନ,

ଧନ ସରିଗଲେ ଚିହ୍ନିବେନି ମନ।


ଏମିତି ସ୍ୱାର୍ଥର ଦୁନିଆ କିଛି ବି ବୁଝେନା,

ଦୋଷ ଲଦି ଦିଏ ପୁଣି ଦିଏ ସେ ଯନ୍ତ୍ରଣା।


ଭଲ କୁ ଭଲ ଯେ କହିଲେ ରାଗଇ,

ଖରାପ କୁ ଭଲ କହିଲେ ଆନନ୍ଦ ହୁଅଇ।


ମିଛ କୁ ସତ ବୋଲି ପ୍ରମାଣ ଦିଏ ଯେ,

ସେ ଦୁନିଆ ଅଟେ ଛଳନା ଦୁନିଆ ଯେ।


ଜ୍ଞାନକୁ ବେଖାତିରି କରି ଅଜ୍ଞାନେ ବୁଡଇ,

ମୂର୍ଖକୁ ସେ ଜ୍ଞାନୀ ପଣ୍ଡିତ ବୋଲଇ।


ଅଳ୍ପ ବିଦ୍ୟା ଭୟଙ୍କରୀ ଏତେ ସେ ନ ଜାଣଇ,

ବିଛା ଗାତରେ ଯାଇ ହାତ ସେ ମାରଇ।


ସ୍ବାର୍ଥ ପଛେ ଗୋଡ଼ାଇ ଶେଷରେ ପାଗଳ ହୁଅଇ,

ଲୋଭ, ମୋହ ପାଇଁ ଶେଷରେ ଜୀବନ ଯାଏ ଚାଲି।


କଳିଯୁଗ ଏତ ଅଧର୍ମ ଯୁଗ ବୋଲାଇ,

ହିଂସା, ଅହଙ୍କାରେ ଜିବନ ଯାଏ ଶେଷ ହୋଇ।


ଯେବେ ସ୍ଵାର୍ଥକୁ କୁ ଛାଡି ନିସ୍ବାର୍ଥ ସେବା କରିବ,

ଅନ୍ତିମ ସମୟେ ଯାଇ ପରମ ଗତି କୁ ପାଇବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational