STORYMIRROR

Lakshapati Podh

Others

3  

Lakshapati Podh

Others

ମୋ ନିଆରା ବାନ୍ଧବୀ

ମୋ ନିଆରା ବାନ୍ଧବୀ

1 min
377

ଜୀବନରେ ମୁଁ ଯେ ଖୋଜି ବୁଲୁଥିଲି,

ବାନ୍ଧବୀଟେ ପାଇବା ପାଇଁ।

ପାଇଲିନି କେବେ ଜୀବନରେ ମୁଁ ଯେ,

ଯାହା ଭାବୁଥିଲି ମୁହିଁ।

ସପନ ଭାଙ୍ଗିଲା,

ନିଦ ମୋ ହଜିଲା।

ବିତି ଚାଲିଗଲା, 

ଦିନ ସାଥେ ରାତି।

ନୂତନ ସକାଳ,

ଆସି ପହଞ୍ଚିଲା।

ମିଳିଗଲା ମୋତେ ,

ମୋ ଜୀବନର ସାଥୀ।

ଜୀବନେ ଉଲ୍ଲାସ,

ମୋ ମନେ ବିଶ୍ୱାସ।

ବାଣ୍ଟି ଦେଇଗଲା ,

ସୁଖର ଯେ ଗୀତି।

ଏମିତି ନିଆରା,

ବାନ୍ଧବୀ ମୋ ସିଏ।

ମୋ ମନ ମିଶୁଥିଲା,

ତା ମନ ସାଥେ ବେଶୀ।

ଜୀବନେ ମୋ ଯେତେ,

ଦୁଃଖ ରହିଥିଲା।

ଭୁଲିଗଲି ମୁଁହି,

ତାଙ୍କ ସାଥେ ମିଶି।

ଜୀବନେ ମୁଁ କେବେ,

ତାଙ୍କୁ ଭୁଲି ପାରିବିନି।

ମୋ ମନ ଯେତେଦିନ ଥିବ,

ତାଙ୍କ ସାଥେ ମିଶି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍