STORYMIRROR

Sabita Nayak

Inspirational

3  

Sabita Nayak

Inspirational

ଶାନ୍ତିର ସନ୍ଧାନରେ

ଶାନ୍ତିର ସନ୍ଧାନରେ

1 min
232

ଶାନ୍ତିର ସନ୍ଧାନରେ 

ବହୁତ ବୁଲିଲି ମନ୍ଦିର, ମସଜିଦ ଗୀର୍ଜା ଗୁରୁଦ୍ବାର 

ସବୁଠି ଗୋଟିଏ ଚିତ୍କାର 

ହେ ପ୍ରଭୁ ମୋତେ ଶାନ୍ତି ଦରକାର 

ଶାନ୍ତିକୁ ଖୋଜିଲି 

କେବେ ଗୀତା ଭିତରେ କେବେ କୋରାନ

କେବେ ବାଇବେଲ 

ବାସ୍ ଖୋଜିଚାଲିଲି 

ଯେମିତି ବି ହେଉ ମୋତେ ଶାନ୍ତି ଦରକାର 

ଭୋଗବାଦୀ ବସ୍ତୁ ଭିତରେ 

ଅନେକ ଖୋଜିଲି 

ହାତ ପତାଇଲି ,ଧରିବାକୁ ସମସ୍ତଙ୍କୁ ,ସମ୍ପର୍କ ସବୁକୁ 

କେହି ଲାତ ମାରିଲେ ,କେହି ପ୍ରଣାମ କଲେ 

ମୁଣ୍ଡ ଘୁରିଗଲା 

ଶାନ୍ତି କାହିଁ ପ୍ରଭୁ?

ଏବେ ଦେଖିଲି ନିଜକୁ 

ତୁମର ସୃଷ୍ଟି, ଝରଣା, ପାହାଡ, ଆକାଶ 

ବିମୋହିତ ମୁଁ 

ସ୍ୱାଗତ ଜଣାଉଥିଲେ ମୋତେ 

ଆକାଶର ସୂର୍ଯ୍ୟ, ଚନ୍ଦ୍ର, ଅଗଣିତ ତାରା 

ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦ 

ଓଃ!ଚମତ୍କାର!

ଶାନ୍ତି କେବଳ ମୋର ହୃଦୟରେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational