STORYMIRROR

Sabita Nayak

Inspirational

3  

Sabita Nayak

Inspirational

ଝଡ

ଝଡ

1 min
218

 


ଯଦି ତୁମେ ହୁଅନ୍ତ ଝଡଟିଏ 

ଉଡାଇ ନିଅନ୍ତ ସବୁ 

ଅସଜଡା, ମଳିନ, ଛିଣ୍ଡାକୋତରା 

ବ୍ଯସ୍ତ ବିବ୍ରତ 

ଅନାବନା ଭାବନାସବୁ ।


ସତରେ !

ତୁମେ ଯଦି ହୁଅନ୍ତ ଝଡଟିଏ 

ମୋତେ ନେଇ ଫିଙ୍ଗିପାରନ୍ତ 

ତୁମର ସେ ପ୍ରେମର 

ଅଗାଧ ସମୁଦ୍ର ଭିତରେ ,

ମୁଁ ବୁଡି ବୁଡି ତୁମକୁ ହିଁ ଖୋଜୁଥାନ୍ତି 

ମଜିଯାଇ ତୁମରି ନାମରେ ।


ସତରେ!

ତୁମେ ଯଦି ଝଡଟିଏ ହୋଇଥାନ୍ତ 

ଉଡାଇ ପାରନ୍ତ 

ନୀଳଆକାଶ ଭେଦି,

ମେଘସବାରୀରେ ବୁଲନ୍ତି ଆଉ 

ଜହ୍ନ ତାରା ସାଙ୍ଗେ ଢେର୍ ଗପନ୍ତି 

ଖାସ୍ ତୁମେ ଝଡଟିଏ ହୋଇଥାନ୍ତ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational