Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sabita Nayak

Inspirational

3  

Sabita Nayak

Inspirational

ଝଡ

ଝଡ

1 min
175


 


ଯଦି ତୁମେ ହୁଅନ୍ତ ଝଡଟିଏ 

ଉଡାଇ ନିଅନ୍ତ ସବୁ 

ଅସଜଡା, ମଳିନ, ଛିଣ୍ଡାକୋତରା 

ବ୍ଯସ୍ତ ବିବ୍ରତ 

ଅନାବନା ଭାବନାସବୁ ।


ସତରେ !

ତୁମେ ଯଦି ହୁଅନ୍ତ ଝଡଟିଏ 

ମୋତେ ନେଇ ଫିଙ୍ଗିପାରନ୍ତ 

ତୁମର ସେ ପ୍ରେମର 

ଅଗାଧ ସମୁଦ୍ର ଭିତରେ ,

ମୁଁ ବୁଡି ବୁଡି ତୁମକୁ ହିଁ ଖୋଜୁଥାନ୍ତି 

ମଜିଯାଇ ତୁମରି ନାମରେ ।


ସତରେ!

ତୁମେ ଯଦି ଝଡଟିଏ ହୋଇଥାନ୍ତ 

ଉଡାଇ ପାରନ୍ତ 

ନୀଳଆକାଶ ଭେଦି,

ମେଘସବାରୀରେ ବୁଲନ୍ତି ଆଉ 

ଜହ୍ନ ତାରା ସାଙ୍ଗେ ଢେର୍ ଗପନ୍ତି 

ଖାସ୍ ତୁମେ ଝଡଟିଏ ହୋଇଥାନ୍ତ!



Rate this content
Log in

Similar oriya poem from Inspirational