STORYMIRROR

Jagneshwar Panda

Inspirational

3  

Jagneshwar Panda

Inspirational

ଉତ୍କଳ ଜନନୀ

ଉତ୍କଳ ଜନନୀ

1 min
168


ଏଇ ମୋ ଉତ୍କଳ ଭୂମି ଜନନୀ ସମାନ

ଧରାବକ୍ଷେ କାହିଁଅଛି ତା ସମାନ ସ୍ଥାନ।୧।


 ତାର ନଦନଦୀ ବନ ସୁନୀଳ ଆକାଶ

 ଭରଇ ମନେ ହରଷ ଦିଅଇ ସାହସ ।୨।


ତାର ଫଳମୂଳ ଅନ୍ନ ସ୍ନିଗ୍ଧ ସ୍ବଚ୍ଛ ଜଳ

ଯୋଗାଏ ଶରୀରେ ଶକ୍ତି ଅଙ୍ଗେ ଜାଗେ ବଳ ।୩।

ଏଇ ମାଟି କହେ କେତେ ଅତୀତର ଗାଥା

କେତେ ନରପତି ବୀର ବିଜୟ ବାରତା।୪।

ପୁରୂଷୋତ୍ତମ ଯଯାତି କପିଳେନ୍ଦ୍ର ଦେବ

ନରସିଂହ ଖାରବେଳ ଶ୍ରୀମୁକୁନ୍ଦଦେବ।୫।


ବାଜି ଧରମା ଲକ୍ଷ୍ମଣ ଆଦି ମହାବୀର

ସ୍ବଜାତି ମଙ୍ଗଳେ ଦେଇ ଅଛନ୍ତି ଶରୀର।୬।


ଭଞ୍ଜ ମଧୁ ରାଧା ଗଙ୍ଗା ସାରଳା ଫକୀର

ଜ୍ଞାନର ପ୍ରଦୀପ ଜାଳି ହୋଇଲେ ଅମର।୭।

କୋଟିକୋଟି କଣ୍ଠଗାଏ ତୋର ଯଶଗାନ

ଧନ୍ଯମା ଉତ୍କଳଭୂମି ସଦା ତୁ ମହାନ।୮।



Rate this content
Log in

Similar oriya poem from Inspirational