STORYMIRROR

Jagneshwar Panda

Inspirational

3  

Jagneshwar Panda

Inspirational

ଉତ୍କଳ ମାଆ

ଉତ୍କଳ ମାଆ

1 min
233


ମହୋଦଧି ଧୁଏ ଯା ଚରଣ ନିତି

ନୀଳଚକ୍ର ଗାଏ ଯା ବନ୍ଦନା ଗୀତି

   ତା ନାମ ଉତ୍କଳ ମାଆ

ମମତାମୟୀ ସେ ଜନମେ ଜନମେ

   ସିଏ ତ ଆମରି ସାହା।୧।


ଯା ସନ୍ତାନ ଗାଏ ଅଂହିସାର ବାଣୀ

ବାଜି ଧର୍ମପଦ ଯା ମଥାର ମଣି

କେତେ ମହାବୀର ବିଜୟ ବାରତା

ଏଇ ମାଟି କହେ ଅତୀତର ଗାଥା

  ଯାହାର ମମତା ସ୍ୱର୍ଗ ପାରିଜାତ 

     ସିଏ ତ ଆମରି ସାହା।୨।


ବକ୍ସି ଜଗବନ୍ଧୁ ନେତାଜୀ ସୁଭାଷ 

ଲକ୍ଷ୍ମଣ ନାୟକ ଗୋପବନ୍ଧୁ ଦାସ

ରଖିବାକୁ ମାଆ ମାନ ସନମାନ

ଯା ସନ୍ତାନ ଦିଏ ଆତ୍ମ ବଳିଦାନ

 ସିଏ ତ ଆମରି ଆଲୋକ ବର୍ତ୍ତିକା

    ସିଏ ତ ଆମରି ରାହା।୩।


ଭଞ୍ଜ ରାଧାନାଥ ଫକୀର ମୋହନ

ମଧୁ ଗଙ୍ଗାଧର ଆଦି କବିଗଣ

ଫୁଟାଇ ରଚିଲେ ହୃଦୟର କଥା

ଏ ମାଟିର ଯଶ ବଇଭବ ଗାଥା

ସିଏ ତ ଆମରି ଚିର ବନ୍ଦନୀୟା

ସିଏ ତ ଆମରି ମାଆ।୪।

 


साहित्याला गुण द्या
लॉग इन

Similar oriya poem from Inspirational