STORYMIRROR

Jagneshwar Panda

Inspirational

3  

Jagneshwar Panda

Inspirational

ଉତ୍କଳ ଭୂଇଁ

ଉତ୍କଳ ଭୂଇଁ

1 min
182


ମେଘାସନ ଯାର ଶିର ମହୋଦଧି ଯାର ସାଥୀ

ଏହି ସେ ଉତ୍କଳ ଭୂଇଁ ସାହସ ହରାନା ସାଥୀ।୦।


ଏ ମାଟିର ବୀର ସୁତରେ, ଆପଣା ରକତ ଦେଇ

ରଖିଲେ ମାଆର ଟେକ ବଇରି ଦେଇ ହଟାଇ

ବୀର ପ୍ରସବିନୀ ଉତ୍କଳ ଭୂଇଁ

ତା ଟେକ ରଖିବା ଭାଇ।୧।


ଏ ରାଜ୍ୟର କଳା କୀର୍ତ୍ତିରେ କୋଣାର୍କ ଖଣ୍ଡଗିରି

ଇତିହାସ ମୁକସାକ୍ଷୀ ଖୋରଧା ଯେ ବାରବାଟୀ

କୀର୍ତ୍ତି କିରିଟିନୀ ଉତ୍କଳ ଭୂଇଁ

ରଖିବା ତା ଯଶକୀର୍ତ୍ତି।୨।


ଏ ରାଜ୍ୟର ଦୀନ ଦୁଃଖୀରେ ସେନେହ ମମତା ଦେଇ

ଭୟ,ଅଭାବ,କଷଣ ତା ମନୁ ଦେଇ ହଟାଇ

 ଗଢିବା ଆମେରେ ନୂଆ ରାଇଜ

ଶାନ୍ତି ମୈତ୍ରୀ ଭାବ ଫେଇ।୩।


ମହୋଦଧି ଯାର,ଏହିସେ ଉତ୍କଳ, ସାହସ ହରାନା ।



Rate this content
Log in

Similar oriya poem from Inspirational